ବିରଜାଙ୍କ ବନଜାଗ ଯାତ୍ରା ଅନୁଷ୍ଠିତ

By

Published : Sep 8, 2022, 1:47 PM IST

thumbnail

ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମା ବିରଜାଙ୍କ ଶାରଦୀୟ ପୂଜା । ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ବ ବରୁଣ ପୂଜା ଲାଗି ମା'ଙ୍କ ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୂଜା କରାଯାଇ ସାରଣୀ ଲେଖା ସହ ଷୋଡଶ ଉପଚାର ନିମନ୍ତେ ନିୟୋଜିତ ସେବାୟତମାନଙ୍କୁ ବରଣି କରାଯାଇଛି । ସନ୍ଧ୍ୟାରେ ବଳି ମଣ୍ଡପରେ ବିଧି ମୁତାବକ ସାବିତ୍ରୀ ଓ ସରସ୍ବତୀ ଆହ୍ବାନରେ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ପୂଜା ପରେ ଦେବୀଙ୍କ ସିଂହଧ୍ବଜ ରଥ ନିର୍ମାଣ ଲାଗି ଚିହ୍ନଟ ବେଲ ଗଛ କଟା ଯିବାର ପରମ୍ପରା ରହିଛି । ଚଳିତ ବର୍ଷ ପାରମ୍ପରିକ ରୀତିନୀତି ଅନୁଯାୟୀ ହାଟପାଟଣା ଗ୍ରାମର ବୃନ୍ଦାବନ ସେନାପତିଙ୍କ ବାଡିରୁ କାଷ୍ଠ ସଂଗ୍ରହ କରାଯାଇଛି । ସୁନିଆ ପର ଦିନ ଠାରୁ ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ବିଧି ରହିଛି ବୋଲି ମୁଖ୍ୟ ସେବାୟତ କହିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟରେ ସୁବନ୍ଦୋବସ୍ତ କରାଯାଇଛି । ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.