ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା, ଭାରତ ଜିତିବ କହିଲେ ଫ୍ୟାନ୍ସ

By

Published : Oct 31, 2021, 1:47 PM IST

thumbnail

କଟକ: ଆଜି ଟି20 ବିଶ୍ବକପର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି । ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ପାକିସ୍ତାନଠାରୁ ହାରିବା ପରେ ଉଭୟ ଦଳ ପାଇଁ ଆଜି କର ବା ମର ସ୍ଥିତି । ଯିଏ ଜିତିବ ସେ ସେମି ଆଶା ଉଜ୍ଜୀବିତ କରିବ । ଏହି ମ୍ୟାଚ ଉଭୟ ଦଳ ପାଇଁ ଅଗ୍ନି ପରୀକ୍ଷା । ପାକିସ୍ତାନଠାରୁ ପରାସ୍ତ ହେବାପରେ ପୂର୍ବ ତ୍ରୁଟିକୁ ସୁଧାରି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ଆଜିର ମ୍ୟାଚ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତକୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ତେବେ ଆଜିର ମ୍ୟାଚରେ ଭାରତ ବାଜି ମାତ କରିବା ନେଇ ଆଶା ରଖିଛନ୍ତି ଫ୍ୟାନ୍ସ । କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.