କେତେ ସୁରକ୍ଷିତ ମାଲଗୋଦାମ ମସଲା?

By

Published : Nov 18, 2020, 5:39 PM IST

thumbnail

କଟକ: ଆପଣଙ୍କ ଘରେ ଥିବା ମସଲା ଗୁଣ୍ଡ ଅପମିଶ୍ରିତ ନୁହେଁ ତ ? କାରଣ ବଜାରରେ ମିଳୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ମସଲା ଗୁଣ୍ଡ । ଯାହାକୁ ଖାଇଲେ ଆପଣଙ୍କୁ ହୋଇପାରେ କ୍ୟାନ୍ସର । କଟକ କମିଶନରେଟ ପୋଲିସର ଚଢ଼ାଉ ପରେ ମାଲଗୋଦାମରୁ ଆସିଛି ଏପରି ସାଙ୍ଘାତିକ ଦୃଶ୍ୟ । ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି । ଗୋଟିଏ ସପ୍ତାହରେ କମିଶନରେଟ ପୋଲିସର ଚାରୋଟି ଚଢ଼ାଉ ପରେ ଜବତ ହୋଇଛି କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ମସଲା । ଯାହା ବର୍ତ୍ତମାନ ସମଗ୍ର ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ପ୍ରତ୍ୟେକ ଦିନ ମାଲଗୋଦାମରେ ଜାରି ରହିଛି ଜୋରଦାର ପାଟ୍ରୋଲିଂ । ଟିକେ ବି ସନ୍ଦେହ ହେଲେ ସଙ୍ଗେ ସଙ୍ଗେ ଗୋଦାମ କି କାରଖାନାରେ ଚଢ଼ାଉ କରୁଛି ପୋଲିସ । ଯାହା ପୋଲିସ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.