Justice For Mamita: ସାଣ୍ଡ ଆନିମେସନରେ ନ୍ୟାୟ ମାଗିଲେ ଯୁବ ଚିତ୍ରଶିଳ୍ପୀ

By

Published : Nov 5, 2021, 6:17 PM IST

Updated : Nov 5, 2021, 7:00 PM IST

thumbnail

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଯୁବ ସାଣ୍ଡ ଆନିମେଟର ଅଜୟ ଘୋଷ ନିଆରା ଢଙ୍ଗରେ ମମିତାଙ୍କ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି । ସାଣ୍ଡ ଆନିମେସନରେ ସେ ଜଷ୍ଟିସ୍‌ ଫର୍‌ ମମିତାର ବାର୍ତ୍ତା ଦେଇଛନ୍ତି । ଏହି ଆନମେସନ ଜରିଆରେ ମମିତାଙ୍କ ହତ୍ୟାକାଣ୍ଡର ପୁରା ଘଟଣା ବଖାଣିଛନ୍ତି ଯୁବ ଚିତ୍ରଶିଳ୍ପୀ । ଶେଷକୁ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ମମିତାଙ୍କୁ ନ୍ୟାୟ ଦାବିର ପ୍ରମୁଖ ରାଜନୈତିକ ଦଳ ରାଜାରାସ୍ତାକୁ ଓହ୍ଲାଇଛନ୍ତି । ଏହି ହତ୍ୟାକାଣ୍ଡରେ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ ହୋଇ ଆସୁଛି । କାରଣ ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 5, 2021, 7:00 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.