ଆସୁଛି ବାତ୍ୟା: 11024 ଜଣ ସ୍ଥାନାନ୍ତରିତ, ଦେଖନ୍ତୁ କେମିତି ରହିଛି ସ୍ଥିତି ?

By

Published : May 25, 2021, 9:48 PM IST

thumbnail

ଜଗତସିଂହପୁର: ଜିଲ୍ଲାରେ ସାମୁଦ୍ରିକ ବାତ୍ଯା ୟସର ପ୍ରଭାବ ଧିରେ ଧିରେ ବଢ଼ିବାରେ ଲାଗିଛି । ସକାଳ ଠାରୁ ସନ୍ଧ୍ୟାରେ ବର୍ଷାର ପରିମାଣ ବଢିବା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତାକାଲି ସୁଦ୍ଧା ଜିଲ୍ଲାରେ ବାତ୍ୟା ତାର ପରାକ୍ରମ ଦେଖାଇବ ବୋଲି କୁହାଯାଇଛି । ତେବେ ଆଜି ଜିଲ୍ଲାରେ ବାଲିକୁଦା ଅଞ୍ଚଳର 11024 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବିରିଡି ରୁ 494, ଏରସମାରୁ 2233,ଜଗତସିଂହପୁରରୁ 754, ନାଉଗାଁ ରୁ 270, କୁଜଙ୍ଗ ରୁ 1770, ତ୍ରିତଲ ରୁ 2047 ରଘୁନାଥପୁର ରୁ 475, ଜଗତସିଂହପୁର ମ୍ୟୁନିସପାଲିଟିରୁ 832 ଓ ପାରାଦ୍ୱୀପ ରୁ ସର୍ବାଧିକ 2418 ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ସ୍ଥିତି କିଭଳି ରହିଛି ଏ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସୁଶାନ୍ତ ପାତ୍ର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.