Vote counting: ଦ୍ବିତୀୟ ଦିନରେ ନୟାଗଡ ଓ ଖୋର୍ଦ୍ଧାରେ ଚାଲିଛି ଭୋଟ ଗଣତି

By

Published : Feb 27, 2022, 10:34 AM IST

Updated : Feb 3, 2023, 8:17 PM IST

thumbnail

ନୟାଗଡ଼/ଖୋର୍ଦ୍ଧା: ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ନୟାଗଡ଼ ଜିଲ୍ଲାର ୭ ଜୋନର ୫୮ ପଞ୍ଚାୟତ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ଗତକାଲି ନୟାଗଡ଼ ଜିଲ୍ଲାର ୮ଟି ଜୋନ ପାଇଁ ଫଳାଫଳ ବାହାରିଥିବା ବେଳେ ଆଜି ୭ଟି ଜୋନ ପାଇଁ ଗଣତି ଜାରିରହିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକର ୧୦ଟି ଜିଲ୍ଲା ପରିଷଦ, ୬୭ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଏବଂ ୯୩୦ ଜଣ ୱାର୍ଡସଭ୍ୟ ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ଷ୍ଟ୍ରଙ୍ଗରୁମରେ ପ୍ରତି ପଞ୍ଚାୟତ ପାଇଁ ଟେବୁଲର ବ୍ୟବସ୍ଥା ହେବା ସହ ଗଣତି ପାଇଁ ସରକାରୀ କର୍ମଚାରୀ ଏବଂ ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନେ ଉପସ୍ଥିତ ଅଛନ୍ତି । ତେବେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ନୟାଗଡ଼ରୁ ଜୟେନ୍ଦ୍ର ବେହେରା ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.