ପଦାର୍ପଣ ଶତକ ପରେ ଡ୍ରେସିଂରୁମ୍‌ରେ ଜୈସ୍ବାଲଙ୍କୁ ଜୋରଦାର ସ୍ବାଗତ, ଭିଡିଓ ସେୟାର କଲା BCCI

By

Published : Jul 14, 2023, 3:40 PM IST

thumbnail

ଡୋମିନିକା: ୱେଷ୍ଟ୍‌ଇଣ୍ଡିଜ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ଯୁବ ଷ୍ଟାର ବ୍ୟାଟର ଯଶସ୍ବୀ ଜୈସ୍ବାଲ ପଦାର୍ପଣ ମ୍ୟାଚ୍‌ରେ ଦମଦାର ଶତକ ହାସଲ କରିଛନ୍ତି । ୱେଷ୍ଟ୍‌ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ଭାରତ ଭାରତ ବିନା ୱିକେଟ ହରାଇ ୮୦ ରନରୁ ଖେଳ ଆରମ୍ଭ କରିଥିଲା । ଓପନର ରୋହିତ ଶର୍ମା ଓ ଜୈସ୍ବାଲ ବ୍ୟାଟିଂ ଜାରି ରଖିଥିଲେ । ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଜୈସ୍ବାଲ ଶତକ ଅର୍ଜନ କରିଥିଲେ । ବର୍ତ୍ତମାନ ସୁଦ୍ଧା ଯଶସ୍ବୀ ୩୫୦ ବଲ୍‌ ଖେଳି ଅପରାଜିତ ୧୪୩ ରନ ସହିତ ପିଚ୍‌ରେ ମହଜୁଦ ରହିଛନ୍ତି । ଏନ୍ୟପଟେ ବିରାଟ କୋହଲି ୯୬ ବଲରୁ ୩୬ ରନ କରି ଅପରାଜିତ ରହିଛନ୍ତି । ଜୈସ୍ବାଲଙ୍କ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଶିଖର ଧାୱନ ଓ ୱେଷ୍ଟ୍‌ଇଣ୍ଡିଜ ବିପକ୍ଷରେ ପୃଥ୍ବୀ ଶ' ଟେଷ୍ଟ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ । ତୃତୀୟ ଭାରତୀୟ କ୍ରିକେଟର୍‌ ଭାବେ ଜୈସ୍ବାଲ ଏହି କୀର୍ତ୍ତିମାନ ହାସଲ କରିବାର କରିବାର ସୌଭାଗ୍ୟ ଲାଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.