Keonjhar: ସୁନାବେଶରେ ଦର୍ଶନ ଦେଲେ ଶ୍ରୀ ବଳଦେବଜୀଉ

By

Published : Jun 29, 2023, 8:30 PM IST

thumbnail

କେନ୍ଦୁଝର: କାଲି ବାହୁଡାଯାତ୍ରାରେ ଶେଷ ହେବା ପରେ ଆଜି ଚାଲିଛି ସୁନାବେଶ । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସୁନାବେଶକୁ ଶୃଙ୍ଖଳିତ ଏବଂ ସରସ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଜିଲ୍ଲା କୋଷାଗାରରୁ ପୋଲିସ କଡା ସୁରକ୍ଷା ମଧ୍ୟରେ ପ୍ରଭୁଙ୍କ ସୁନା ଅଳଙ୍କାର ବଡ଼ଦାଣ୍ଡକୁ ଅଣାଯାଇଥିଲା । ଜୀଉଙ୍କ ସ୍ୱତନ୍ତ୍ର ନୀତି ପରେ ସେବାୟତମାନେ ଅଳଙ୍କାର ଲାଗି କରି ସୁନାବେଶ ନୀତି ସମ୍ପନ୍ନ କରିଥିଲେ । ଆଜି (ଗୁରୁବାର) ଅପରାହ୍ନ ୪ଟାରୁ ରଥାଋଢ଼ ତିନି ଠାକୁର ସୁନାବେଶରେ ଭକ୍ତ ଦର୍ଶନ ଦେଉଛନ୍ତି । ଏହି ସୁନାବେଶ ଦର୍ଶନ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ ।

ଏହି ସମୟରେ କୌଣସି ଭକ୍ତ ଯେଭଳି ରଥ ଉପରକୁ ଯାଇ ଦର୍ଶନ ନକରନ୍ତି ସେଥିପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କେବଳ ସୁନାବେଶ ପାଇଁ ନିୟୋଜିତ ସେବାୟତ, ସେବକ ଏବଂ ମାଜିଷ୍ଟ୍ରେଟଙ୍କୁ ରଥ ଉପରେ ରହିବା ପାଇଁ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଇଛି । ଗଣମାଧ୍ୟମ ପ୍ରତିନିଧିମାନେ ଅପରାହ୍ନ ୩ଟା ୩୦ ମିନିଟରୁ ୪ ଟା ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ ଫଟୋ ଉତ୍ତୋଳନ ପାଇଁ ରଥ ଉପରକୁ ଯାଇଥିଲେ । ତିନି ଠାକୁରଙ୍କୁ ସୁନାବେଶ ସଂଧ୍ୟା ଆଳତୀ ପରେ ଶ୍ରୀ ଗୋପାଳଜୀଉ ମଠ ପକ୍ଷରୁ ୧୨ ହଜାର ରସଗୋଲା ମଣୋହୀ କରାଯାଇ ଭକ୍ତଙ୍କୁ ମାଗଣାରେ ବଣ୍ଟାଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି ପ୍ରାୟ କୋଡିଏ ହାଜରରୁ ଉର୍ଦ୍ଧ୍ବ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । ଆସନ୍ତା କାଲି ଅଧରପଣା ନୀତି ହେବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.