ନୂଆପଡ଼ାରେ ଶିଶୁ ଉତ୍ସବ ସୁରଭି 2023, ‘ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଲକ୍ଷ୍ୟ’

By ETV Bharat Odisha Team

Published : Oct 10, 2023, 5:26 PM IST

thumbnail

ନୂଆପଡା: ଖଡ଼ିଆଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ତ ପଦ୍ମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି ‘ଶିଶୁ ଉତ୍ସବ ସୁରଭି 2023’ । କୋମଳମତି ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ମହତ୍ତ୍ୱ ଉଦ୍ଦେଶ୍ୟ ନେଇ ସୁରଭି ଉତ୍ସବ ପାଳନ କରାଯାଉଛି । ଏହି ଉତ୍ସବରେ ନୂଆପଡ଼ା ଜିଲ୍ଲାର 13 ଗୋଟି ବିଦ୍ୟାଳୟର 200ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ 17 ଗୋଟି ଇଭେଣ୍ଟ୍‌ରେ ଅଂଶ ଗ୍ରହଣ କରି ନିଜ ଦକ୍ଷତାକୁ ପରିପ୍ରକାଶ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହିତ ଲୁକ୍କାୟିତ ପ୍ରତିଭାକୁ ପ୍ରତ୍ସାହନ ଦେବା ପାଇଁ ଇଭେଣ୍ଟ୍‌ ଗାଇଡ୍‌ ଶିକ୍ଷକ ଭାବରେ 30 ଜଣ ଶିକ୍ଷକ ଗୁରୁଦାୟିତ୍ୱ ବହନ କରିଛନ୍ତି । ଏହି ଅବସରରେ ଶିଶୁ ଉତ୍ସବ ସୁରଭିକୁ ଶୁଭ ଉଦଘାଟନ କରିବାପାଇଁ ମୁଖ୍ୟ ଅତିଥି ଭାବରେ ବାଦୀ ଗ୍ରାମପଞ୍ଚାୟତ ସରପଞ୍ଚ ମୀନା ଜାଲ, ଜିଲ୍ଲା ପରିଷଦ ସଭ୍ୟ ଯୁବ ପ୍ରତିଭା ମାଲ୍ୟବନ୍ତ ସୁନା ଯୋଗଦେଇ ନାଲି ଫିତାକାଟି ଉଦଘାଟନ କରିଥିଲେ ।  17ଗୋଟି ଇଭେଣ୍ଟରେ ବିଜେତା ହାସଲ କରିଥିବା ପ୍ରଥମ, ଦିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରିବା କରାଯାଇଥିଲା । 

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.