ବଦଳିବ ବିରଜା ମନ୍ଦିରର ରୂପରେଖ, ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ କାମ ଜାରି

By

Published : Jul 18, 2023, 5:16 PM IST

Updated : Jul 18, 2023, 5:29 PM IST

thumbnail

ଯାଜପୁର: ଗଦା କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ବିରଜା ପୀଠର ବଦଳିବ ରୂପରେଖ । ମା' ବିରଜା ମନ୍ଦିରର ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ ପାଇଁ ଜୋରସୋରରେ ଜାରି ରହିଛି ଉଦ୍ୟମ । ପୂର୍ବ ଅପେକ୍ଷା ମନ୍ଦିର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହେବ । ଯାହା ଅଧିକ ମାତ୍ରାରେ ପର୍ଯ୍ୟଟକଙ୍କୁ ବିରଜା କ୍ଷେତ୍ରକୁ ଆକୃଷ୍ଟ କରିବ । ଆଜି ଜିଲ୍ଲା ପ୍ରଶାସନ ମନ୍ଦିର ସମ୍ମୁଖ ଅଞ୍ଚଳର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି । ମାଜିଷ୍ଟ୍ରେଟ ଭାବେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ଉପସ୍ଥିତିରେ ଏହି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ଜମି ଅଧିଗ୍ରହଣ ପୂର୍ବରୁ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଜମିହରା ମାନଙ୍କୁ ଆବଶ୍ୟକତା ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯାଇଛି । ମନ୍ଦିର ସମ୍ମୁଖ 90 ଫୁଟ ଜମିକୁ ଅଧିଗ୍ରହଣ କରାଯାଇଛି । ଏହି ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, ଯାଜପୁର 

Last Updated : Jul 18, 2023, 5:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.