Ratha Yatra: ପୁରୀରେ ରଥଟଣା ଆରମ୍ଭ, ବଡଖଙ୍ଖରୁ ଗଡିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ

By

Published : Jun 21, 2023, 10:51 AM IST

thumbnail

ପୁରୀ: ଶ୍ରୀକ୍ଷେତ୍ରରେ ପୁଣି ଆଜି ରଥଟଣା ଆରମ୍ଭ ହୋଇଛି । ଗତକାଲି ବଡଶଙ୍ଖରେ ଅଟକି ଥିବା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ଆରମ୍ଭ ହୋଇଛି । ଦ୍ବିତୀୟ ଦିନରେ ବଡଶଙ୍ଖ ଛକରୁ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣି ନେଇଥିଲେ ଭକ୍ତ । ବଡଶଙ୍ଖରୁ ଶରଧାବାଲି ଅଭିମୁଖେ ବାହିରିଥିଲା ଦର୍ପଦଳନ । ଶ୍ରଦ୍ଧାର ସହ ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନକୁ ଟାଣି ନେଇଥିଲେ ଶ୍ରଦ୍ଧାଳୁ । ଦର୍ପଦଳନ ଶରଧାବାଲିରେ ଲାଗିଛି । ଦ୍ବିତୀୟ ଦିନରେ ମଧ୍ୟରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଲାଗିଛି । ଦେବୀ ସୁଭାଦ୍ରାଙ୍କ ରଥ ଟାଣି ଭାବ ବିହ୍ବଳ ହୋଇଛନ୍ତି ଭକ୍ତ । ଆଖିରେ ଖୁସିର ଲୁହ ଆତ୍ମସନ୍ତୋଷର ଲୁହ ଆସିଥିବା କହିଛନ୍ତି ଭକ୍ତ । ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଶରଧାବାଲିରେ ଲାଗିଥିଲା । ଏବେ ଜନ୍ମବେଦୀ ଅଭିମୁଖେ କାଳିଆ ସାଆନ୍ତେ । ବଡଗଣ୍ଡି ଛକରୁ ନନ୍ଦିଘୋଷ ରଥ ଟଣା ଯାଉଛି । ଆସନ୍ତାକାଲି (ଗୁରୁବାର) ସନ୍ଧ୍ୟାଧୂପ ପରେ ଆଡପ ମଣ୍ଡପକୁ ବିଜେ କରିବେ ତିନିଠାକୁର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.