ନିଜ ଘରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି, ଟିକେ ଝଲକ୍‌ ପାଇଁ ଲୋକଙ୍କ ଭିଡ

By ETV Bharat Odisha Team

Published : Nov 20, 2023, 10:21 PM IST

thumbnail

ରାଇରଙ୍ଗପୁର: ନିଜ ବାସଭବନରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି । ଆଜି ମହାମହିମ ରାଷ୍ଟ୍ରପତି ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି । ପ୍ରଥମେ ସେ ବାରିପଦା ଠାରେ ସମସ୍ତ କାର୍ଯ୍ୟକ୍ରମ ସମାପ୍ତି କରିଥିଲେ ଏବଂ ସେଠାରେ ମଧ୍ୟାହ୍ନ ଭୋଜନ ସାରି ରାଇରଙ୍ଗପୁର ପହଞ୍ଚିଥିଲେ । ଏହା ପରେ ରାଇରଙ୍ଗପୁର ମହୁଲଡିହା ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ କିଛି ବିଶେଷ ବ୍ୟକ୍ତି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିଲା । ଏନେଇ ପୂର୍ବରୁ ଅନୁମତି ନେଇଥିବା ଶତାଧିକ ଲୋକେ ଡାକବଙ୍ଗଳାକୁ ଆସି ସେଠାରେ ମହାମହିମଙ୍କ ସହିତ ସାକ୍ଷାତ କରିବା ସହିତ ବିଭିନ୍ନ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ । ଏହାପରେ ସେଠାରୁ ରାଷ୍ଟ୍ରପତି କାରକେଡ ଯୋଗେ ମହୁଲଡିହା ସ୍ଥିତ ନିଜ ବାସଭବନକୁ ଆସିଥିଲେ । 

ସୁରକ୍ଷାକୁ ଦୃଷ୍ଟିରେ ରଖି ମହାମହିମଙ୍କ ବାସଭବନ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ମହାମହିମଙ୍କ ଘର ସମ୍ମୁଖରେ ବ୍ୟାରିକେଡ ଦିଆଯାଇଥିଲା । ବ୍ୟାରିକେଡ ବାହାରୁ ଶତାଧିକ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । କେବଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୋଟିଏ ଝଲକ ଦେଖିବା ପାଇଁ । ମହାମହିମ ନିଜ ବାସଭବନରେ ରାତ୍ରିଯାପନ ଓ ରାତ୍ରୀଭୋଜନ କରିବେ ବୋଲି ପୂର୍ବରୁ ଭାଇ ତରଣୀସେନ ଟୁଡୁ ସୂଚନା ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ....ରାଇରଙ୍ଗପୁରରେ ରାଷ୍ଟ୍ରପତି ମୁର୍ମୁ, ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ ବିଶେଷ ବ୍ୟକ୍ତିଙ୍କ ସହ କଲେ ସାକ୍ଷାତ

ଆସନ୍ତାକାଲି ମହାମହିମ ପାହାଡପୁର ଓ ବାଦାମପାହାଡ ଅଭିମୁଖେ ଯାତ୍ରା କରିବେ । ପାହାଡପୁର ଓ ବାଦାମପାହାଡରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଥିସହିତ ୩ ନୂତନ ଟ୍ରେନ ଚଳାଚଳ ନେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ପରେ ବାଦାମପାହାଡ ରେଳ ଷ୍ଟେସନରୁ ଟ୍ରେନ ଯୋଗେ ରାଇରଙ୍ଗପୁର ରେଳ ଷ୍ଟେସନ ଆସିବେ ମହାମହିମ । ସେଠାରୁ ରାଇରଙ୍ଗପୁର ଡିଭିଜନ ଡାକଘରର ଶୁଭ ଉଦଘାଟନ ସାରି ହେଲିକପ୍ଟର ଯୋଗେ ଦାଣ୍ଡବୋଷରୁ ସିଧାସଳଖ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି ।



ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.