ETV Bharat / state

ରାଇରଙ୍ଗପୁରରେ ରାଷ୍ଟ୍ରପତି ମୁର୍ମୁ, ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ ବିଶେଷ ବ୍ୟକ୍ତିଙ୍କ ସହ କଲେ ସାକ୍ଷାତ

author img

By ETV Bharat Odisha Team

Published : Nov 20, 2023, 8:42 PM IST

୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିଛନ୍ତି । ଏହାପରେ ତାଙ୍କୁ କାରକେଡ ଯୋଗେ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ନିଆଯାଇଛି । ଅଧିକ ପଢନ୍ତୁ

President Droupadi Murmu reached at Rairangpur
President Droupadi Murmu reached at Rairangpur

President Droupadi Murmu

ରାଇରଙ୍ଗପୁର: ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ନ ପ୍ରାୟ ସାଢେ ୪ଟାରେ ରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ କାରକେଡ ଯୋଗେ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ ପହଞ୍ଚିଛନ୍ତି । ଏହାପରେ ସେ ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ କରିଛନ୍ତି । ତେବେ ରାଷ୍ଟ୍ରପତି ରାଇରଙ୍ଗପୁରରେ ପହଞ୍ଚିବା ପରେ ତାଙ୍କ ସ୍ବାଗତ ପାଇଁ ଅନେକ ଲୋକ ଭିଡ଼ ଜମାଇଥିବା ବେଳେ ଏହି ଭିଡ଼ ମଧ୍ୟରେ ସାମିଲ ଥିଲେ ରାଷ୍ଟ୍ରପତିଙ୍କ ପିଲା ବେଳର ଶିକ୍ଷକ ବାସୁଦେବ ପାତ୍ର ।

ବାରିପଦାରେ କାର୍ଯ୍ୟକ୍ରମ ପରେ ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବା ପରେ କିଛି ସମୟ ବିଶ୍ରାମ ନେଇଥିଲେ ରାଷ୍ଟ୍ରପତି ମୁର୍ମୁ । ପରେ ପୋଲିସ ଲାଇନ ରିଜର୍ଭ ପଡ଼ିଆଠାରେ ଥିବା ଅସ୍ଥାୟୀ ହେଲିପ୍ୟାଡରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ଅସ୍ଥାୟୀ ହେଲିପ୍ୟାଡକୁ ଅପରାହ୍ନ ପାଖାପାଖି ୪.୩୦ଟା ସମୟରେ ପହଞ୍ଚିଥିଲେ । ସେଠାରୁ ସ୍ବତନ୍ତ୍ର କାରକେଡ ଯୋଗେ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାଠାରେ ପହଞ୍ଚିଥିଲେ । ଡାକବଙ୍ଗଳାରେ ରାଇରଙ୍ଗପୁର ଓ ଆଖପାଖ ଅଞ୍ଚଳର ବିଶେଷ ବ୍ୟକ୍ତିମାନେ‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ସାକ୍ଷାତ କରୁଛନ୍ତି ।

ଏହା ବି ପଢନ୍ତୁ- ବାଦାମପାହାଡରୁ ରାଇରଙ୍ଗପୁର ଯାତ୍ରା, ରାଷ୍ଟ୍ରପତିଙ୍କ ସହଯାତ୍ରୀ ପାଲଟିବେ ଛାତ୍ରଛାତ୍ରୀ

ତେବେ ଡାକବଙ୍ଗଳାରେ ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ତାଙ୍କ ଛୋଟ ବେଳର ଶିକ୍ଷକ ବାସୁଦେବ ସାର ମଧ୍ୟ ଆସିଥିବା ଦେଖିବାକୁ ମିଳିଛି । ତାଙ୍କ କହିବାନୁସାରେ ସେ କୁମ୍ଭାର ସମାଜର କିଛି ଦାବି ନେଇ ଆସିଛନ୍ତି । ତେବେ ଏପରି ଶିଷ୍ୟକୁ ରାଷ୍ଟ୍ରପତି ଭାବରେ ପାଇ ବାସୁଦେବ ସାର ବେଶ ଖୁସି ଓ ଗର୍ବିତ ବୋଲି କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବରୁ ରାଇରଙ୍ଗପୁର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଅବୈତନିକ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ଏନେଇ ଉକ୍ତ ସ୍କୁଲର ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ରନାଥ ପଟ୍ଟନାୟକ ମଧ୍ୟ ମହାମହିମଙ୍କୁ ଭେଟ କରି ଉକ୍ତ ବିଦ୍ୟାଳୟର ବିକାଶ ସମ୍ପର୍କରେ ଆଲୋଚନା କରିବେ ବୋଲି କହିଛନ୍ତି ପଟ୍ଟନାୟକ ।

ଏହା ବି ପଢନ୍ତୁ- ଜନ୍ମମାଟିରେ ମହାମହିମ ରାଷ୍ଟ୍ରପତି, ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଦେଲେ ଯୋଗ

ସୂଚନା ଥାଉ କି ଆସନ୍ତାକାଲି (ମଙ୍ଗଳବାର) ରାଷ୍ଟ୍ରପତି ପ୍ରେସିଡେନ୍ସିଆଲ ଟ୍ରେନ ବଦଳରେ ସାଧାରଣ ପାସେଞ୍ଜର ଟ୍ରେନରେ ବାଦାମପାହାଡ଼ରୁ ରାଇରଙ୍ଗପୁରକୁ ଯାତ୍ରା କରିବେ । ମହାମହିମଙ୍କ ଟ୍ରେନ ଯାତ୍ରା ଏକ ନିଆରା ଟ୍ରେନ ଯାତ୍ରା ହେବ । କାରଣ ମହାମହିମଙ୍କ ସହ ୨୦୦ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଯାତ୍ରା କରିବେ । ଏ ନେଇ ରେଲୱେ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.