ଆଜି ଅସଲ ଛାଡଖାଇ, ଆମିଷ ଷ୍ଟଲରେ ଖଚାଖଚ୍‌ ଭିଡ

By ETV Bharat Odisha Team

Published : Nov 29, 2023, 9:00 PM IST

thumbnail

କଟକ: ବାଲିଯାତ୍ରାର ତୃତୀୟ ଦିନରେ ଫୁଡ଼ ଷ୍ଟଲ ନିକଟରେ ଲୋକଙ୍କ ଖଚାଖଚ ଭିଡ଼ । ବିଶେଷକରି ଆଜି ଛାଡ଼ଖାଇ ଥିବାରୁ ଆମିଷ ଖାଇବା ପାଇଁ ଫୁଡ଼ ଷ୍ଟଲ ନିକଟରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ଭଳି କି ଭଳି ଆମିଷ ଖାଦ୍ୟ ପ୍ରସ୍ତୁତ କରିଥିଲେ । ମଟନ, ଚିକେନ୍, ଚିଙ୍ଗୁଡ଼ି, ମାଛ, ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇ ଛାଡ଼ଖାଇ ମନାଉଛନ୍ତି ଦର୍ଶକ । ପ୍ରତ୍ୟକ ଆମିଷ ଦୋକାନ ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ତେବେ ବ୍ୟବସାୟୀମାନେ ମଧ୍ୟ ଭଲ ରୋଜଗାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆମିଷ ଷ୍ଟଲରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।  

ସକାଳୁ ସକାଳୁ ଆଜି ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା । ଦାମକୁ ନଦେଖି ନିଜ ନିଜ ପସନ୍ଦର ଆମିଷ କିଣିବାରେ ବ୍ୟସ୍ତ ଥିଲେ ଗ୍ରାହକ । ତେବେ କାର୍ତ୍ତିକ ମାସ ସରିବା ପରେ  ଛାଡ଼ ଖାଇ ପଡିଥିଲା । କିନ୍ତୁ ଆମିଷ ମାର୍କେଟ ଡାଉନ ରହିଥିଲା । ହାତ ବାନ୍ଧି ବସିଥିଲେ ଆମିଷ ବ୍ୟବସାୟୀ । ଗୋଟିଏ ମାସର ବ୍ୟବଧାନ ପରେ ଛାଡଖାଇରେ ଭଳ ବ୍ୟବସାୟ ହେବା ପାଇଁ ଲକ୍ଷ୍ୟ ରଖିଥିଲେ ବ୍ୟବସାୟୀ । ହେଲେ ତାହା ମଧ୍ୟ ଫେଲ ମାରିଥିଲା । ଗତକାଲି ଅର୍ଥାତ ମଙ୍ଗଳବାର ଥିବାରୁ କାଁ ଭାଁ ଲୋକ ଆମିଷ ଖାଇଥିଲେ । ତେବେ ଆଜି (ବୁଧବାର) ଭେରାଇଟ ଆମିଷ ଖାଦ୍ୟ ଖାଇ ବେଶ ଖୁସି ପ୍ରକଟ କରିଛନ୍ତି ଗ୍ରାହକ । ଗତକାଲି ବ୍ୟବସାୟ ଠପ ଥିବାରୁ ଆଜି ପାଇଁ ଆଶା ବାନ୍ଧିଥିଲେ ବ୍ୟବସାୟୀ । ଏନେଇ ବାଲିଯାତ୍ରା ପଡ଼ିଆରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.