ETV Bharat / state

ଜମୁଛି ବାଲିଯାତ୍ରା ବିକ୍ରି, ସ୍ମୋକ୍‌ ବିସ୍କୁଟ୍‌ ମଜା ଉଠାଉଛନ୍ତି ପର୍ଯ୍ୟଟକ

author img

By ETV Bharat Odisha Team

Published : Nov 29, 2023, 6:31 AM IST

ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା । ଖାଦ୍ୟ ଷ୍ଟଲରେ ଜମୁଛି ଖାଦ୍ୟପ୍ରେମୀଙ୍କ ଭିଡ଼ । ଏହାରି ଭିତରେ ଫ୍ୟାନ୍ସି ସ୍ମୋକ ବିସ୍କୁଟ ଦୋକାନରେ ଦେଖିବାକୁ ମିଳିଛି ପ୍ରବଳ ଗହଳି । ଅଧିକ ପଢ଼ନ୍ତୁ

ଜମୁଛି ବାଲିଯାତ୍ରା ବିକ୍ରୀ
ଜମୁଛି ବାଲିଯାତ୍ରା ବିକ୍ରୀ

ଜମୁଛି ବାଲିଯାତ୍ରା ବିକ୍ରୀ

କଟକ: ଯାହା ଖାଇଲେ ସେଥିରୁ ବାହାରୁଛି ଧୂଆଁ । ସେ ମକଟେଲ ହେଉ ଅବା ମକା ହେଉ । ସବୁଥିରୁ ଧୂଆଁ ବାହାରୁଛି । ବାଲିଯାତ୍ରାର ଓରମାସ ଷ୍ଟଲରେ ଏହା ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ଦାମ ଯଦିଓ ୧୦୦ ଟଙ୍କାରୁ ୨୦୦ ଟଙ୍କା ରହିଛି ତଥାପି ଏହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ବାଲିଯାତ୍ରାରେ ଏପରି ଷ୍ଟଲ ପ୍ରଥମ ଥର ଦେଖିବାକୁ ମିଳିଛି । ଏପରିକି ଭଳିକି ଭଳି କୋଲଡ୍ରିଂକ୍ସରୁ ବି ଏହି ଧୂଆଁ ବାହାରୁଛି । ବାଲିଯାତ୍ରା ଆସିଲେ ଖାଦ୍ୟ ଷ୍ଟଲରେ ଲୋକଙ୍କ ବେଶ ଭିଡ଼ ଜମିଥାଏ । କାରଣ ବାଲିଯାତ୍ରା ବୁଲିବା ସହ ଭଳିକି ଭଳି ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ତେବେ ଗ୍ରାହକଙ୍କ ଚାହିଦା ଦେଖି ପ୍ରତ୍ୟକ ବର୍ଷ ନୂଆ ନୂଆ ପ୍ରକାର ଖାଦ୍ୟ ବିଭିନ୍ନ ଷ୍ଟଲରେ ଦେଖିବାକୁ ମିଳୁଥିବା ବେଳେ ଖାଦ୍ୟରୁ ସ୍ମୋକ ବାହାରୁ ଥିବା ଦୋକାନରେ ଗ୍ରହକଙ୍କ ଭିଡ଼ ଜମୁଛି ।

କଟକର ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ ହୋଇଯାଇଛି । ଗତକାଲି ଏହି ଉଦଘାଟନୀ ଉତ୍ସବରେ ଲୋକଙ୍କ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବାଲିଯାତ୍ରା 2023ର ଉଦଘାଟନୀ ଉତ୍ସବରେ ଅନେକ ଅତିଥିମାନେ ଯୋଗ ଦେଇଥିଲେ । ଐତିହାସିକ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କଟକ ସହର ଭାଇଚାରା, କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ବୋଲି କହିଥିଲେ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରାଣକେନ୍ଦ୍ର କଟକ ସହର ଯାହାର ଏକ ସ୍ୱତନ୍ତ୍ର ବାଣିଜ୍ୟିକ ପ୍ରସିଦ୍ଧି ରହିଛି । ଯେଉଁଠି ସମଗ୍ର ଭାରତ ବର୍ଷରେ କୌଣସି ଉତ୍ସବ ନୌବାଣିଜ୍ୟକୁ ନେଇ ବାଲିଯାତ୍ରା ଆୟୋଜନ କରାଯାଉଛି ବୋଲି କହିଥିଲେ ।

ଏହା ବି ପଢନ୍ତୁ.... ବାଲିଯାତ୍ରାରେ ସ୍ମୋକ ଆର୍ଟ ଝଲକ, ଚର୍ଚ୍ଚାରେ କଟକ ପୁଅ ଦୀପକ

ଜିଲ୍ଲାପାଳ ନରହରି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କଟକ ସାଂସଦ ଭର୍ତ୍ତୃହରି ମହତାବ । ବାଲିଯାତ୍ରାର ଅଢେଇ ହଜାର ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ବୋଲି କହିବା ସହ ଉତ୍କଳୀୟ ବାଣିଜ୍ୟିକ ପରମ୍ପରା ଏକ ମହାନ ପରମ୍ପରା ବୋଲି ମତବ୍ୟକ୍ତ କରିଥିଲେ । ଯେତେବେଳେ ସାଧବପୁଅ ମାନେ ନୌଯାତ୍ରା କରୁଥିଲେ ସେତେବେଳେ କୌଣସି ବନ୍ଦର ନଥିଲା । ବନ୍ଦର ଥିଲେ ଉତ୍କଳର ବ୍ୟବସାୟ ଆହୁରି ସମୃଦ୍ଧ ହୋଇଥାଆନ୍ତା । ଏବେ ଆମ ରାଜ୍ୟରେ ବନ୍ଦରଗୁଡ଼ିକୁ ବିକଶିତ କରିବାର ଆବଶ୍ୟକତା ରହିଛି । ଏହା ହୋଇପାରିଲେ ଓଡ଼ିଶା ଆହୁରି ଆଗକୁ ଯାଇପାରିବ ବୋଲି ମହତାବ କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା , ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ, ସିଏମ୍‌ସି ମେୟର ସୁବାସ ସିଂ, ଜଗତସିଂହପୁର ସାସଂଦ ରାଜଶ୍ରୀ ମଲ୍ଲିକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.