ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମା’ ପୁଅଙ୍କ ଜୀବନ

By

Published : Jun 10, 2023, 10:05 PM IST

thumbnail

ବାଲେଶ୍ୱର: ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ପାଇଁ ଚାଲିଗଲା ଦୁଇଜଣଙ୍କ ଜୀବନ । ବାଲେଶ୍ବର ଜିଲ୍ଲାର ଖଇରା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ ତାର ଛିଣ୍ଡି ପଡିଥିବାବେଳେ ତାର ସଂସ୍ପର୍ଶରେ ଆସି ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
 

ସୂଚନା ଅନୁସାରେ, ଖଇରା ବ୍ଲକ ନାହୁଲ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ସ୍ତ୍ରୀ ତିଲୋତ୍ତମା ଓ ପୁଅ ରାମଚନ୍ଦ୍ର ଘର ପାଖ ବାଡିକୁ କୌଣସି କାମ ପାଇଁ ଯାଇଥିଲେ । ସେଠାରେ ଘର ତିଆରି ପାଇଁ ପଡିଥିବା ରଡ଼ ଉପରେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । ମାଆ ପୁଅ ଉକ୍ତ ରାସ୍ତା ଦେଇ ଯିବା ସମୟରେ ସେମାନଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସେଠାରେ ତାଙ୍କର ସାନ ଝିଅ ଉପସ୍ଥିତ ଥିବାବେଳେ ସେ ମାଆ ଓ ଭାଇଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା ଦେଖି ଆଖପାଖ ଲୋକଙ୍କୁ ଡାକିଥିଲେ ।

ଆହତଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ବିଦ୍ୟୁତ ବିଭାଗର ଏମିତି ମନମୁଖୀ କାର୍ଯ୍ୟ ପାଇଁ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.