ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରର ହୁଣ୍ଡି ଭାଙ୍ଗି ଲୁଟ୍

By ETV Bharat Odisha Team

Published : Dec 18, 2023, 12:41 PM IST

thumbnail

ଭଦ୍ରକ: ଭଦ୍ରକରେ ଦିନକୁ ଦିନ ଚୋରି ଭଳି ଅପରାଧ ବଢ଼ିବାରେ ଲାଗିଛି । ଦିନ ଦ୍ବିପହରଠାରୁ ଆରମ୍ଭ କରି ରାତିର ଅନ୍ଧାରରେ ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି ଲୁଟେରା । ମଣିଷଙ୍କଠାରୁ ଭଗବାନ ପର୍ଯ୍ୟନ୍ତ ଦୁର୍ବୃତ୍ତମାନେ କାହାକୁ ଛାଡ଼ୁ ନାହାନ୍ତି । ଜିଲ୍ଲାର ସନ୍ଥିଆଠାରେ ଥିବା ପ୍ରସିଦ୍ଧ ପୁରାତନ ମଦନ ମୋହନ ମନ୍ଦିର ଓ ଗୋବିନ୍ଦ ଜୀଉ ମନ୍ଦିରର ଦୁଇଟି ହୁଣ୍ଡି ଭାଙ୍ଗିଛନ୍ତି ଦୁର୍ବୃତ୍ତ । ଦାନ ଟଙ୍କା ସହ ଠାକୁରଙ୍କ ସୁନା ଓ ରୂପା ଅଳଙ୍କାରକୁ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୁତ୍ତ । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ମନ୍ଦିର ଗେଟ ତାଲା ଭାଙ୍ଗିବା ପରେ ହୁଣ୍ଡି ବାକ୍ସ ଭାଙ୍ଗି ନେଇଥିଲେ ଦୁର୍ବୁତ୍ତ । ଲୁଟ୍‌ ପରେ ଖାଲି ହୁଣ୍ଡି ବାକ୍ସକୁ ବିଲରେ ପକାଇ ଫେରାର ହୋଇଯାଇଛନ୍ତି ।  ଗାଁଲୋକେ ଓ ପୂଜକ ଆଜି(ସୋମବାର) ସକାଳେ ପୁରୁଣା ବଜାର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଭକ୍ତମାନେ ଏହି ମନ୍ଦିରକୁ ଆସି ଦୈନିକ ହୁଣ୍ଡି ବାକ୍ସରେ କିଛି କିଛି ଦାନ ଟଙ୍କା ଆକାରରେ ଦେଇଥାଆନ୍ତି । ତେବେ ହୁଣ୍ଡିରୁ କେତେ ଟଙ୍କା ଲୁଟ୍‌ ହୋଇଛି ସେନେଇ କୌଣସି ସୂଚନା ମିଳି ପାରିନାହିଁ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.