ବନ୍ଦ ଥିବା ଦୋକାନରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

By ETV Bharat Odisha Team

Published : Dec 16, 2023, 1:54 PM IST

thumbnail

ରାଉରକେଲା: ରାଜଗାଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡ । ଦୋକାନରେ ନିଆଁ ଲାଗିବାରୁ ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 10ଟା 30 ମିନିଟ ସମୟରେ ଦୋକାନ ଗୃହରେ ନିଆଁ ଲାଗିଯାଇଥିଲା । ଆଉ ନିମଷକେ ମଧ୍ୟରେ ପୋଡି ପାଉଁଶ ହୋଇଯାଇଥିଲା ପୁରା ଦୋକାନ ଗୃହ । କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଦୋକାନଟି ବନ୍ଦ ଥିବା ବେଳେ ଗତ ରାତିରେ ସେଠାରୁ ଅଚାନକ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଏହା ପରେ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ । ଦୋକାନ ଖୋଲି ଦେଖିବା ପରେ ସମସ୍ତ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ଦୋକାନ ମାଲିକ ହେଉଛନ୍ତି ଇସରର ମହମ୍ମଦ । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସଠିକ ଭାବେ ଜଣାପଡ଼ିନାହିଁ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.