ETV Bharat / state

ଚାହୁଁ ଚାହୁଁ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

author img

By ETV Bharat Odisha Team

Published : Dec 13, 2023, 4:17 PM IST

ରାଉରକେଲାରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ସମ୍ପୂର୍ଣ୍ଣ ପରିବାର
ରାଉରକେଲାରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ସମ୍ପୂର୍ଣ୍ଣ ପରିବାର

Fire breaks out In Rourkela: ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ସମ୍ପୂର୍ଣ୍ଣ ଘର ଏବଂ ଅଳ୍ପକେ ବର୍ତ୍ତିଗଲେ ସମ୍ପୂର୍ଣ୍ଣ ପରିବାର । ଅଧିକ ପଢନ୍ତୁ

ରାଉରକେଲାରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ସମ୍ପୂର୍ଣ୍ଣ ପରିବାର

ରାଉରକେଲା: ଆଜି ସକାଳେ ରାଉରକେଲାରେ ଅଗ୍ନିକାଣ୍ଡ ଘଟିଛି । ସମ୍ପୂର୍ଣ୍ଣ ଘର ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ପରିବାର । ଆଜି ଭୋର ସମୟରେ ରାଉରକେଲା ସହରର ରେଲୱେ କଲୋନୀର ବି ୨୨୨ କ୍ୱାର୍ଟର୍ସ ସମ୍ମୁଖରେ ସପରିବାରେ ରହୁଥିବା ବାଙ୍କ ବିହାରୀ ସାହୁଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ପରେ ନିଆଁକୁ ଆୟତ୍ତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ପୋଲିସ ତୁଳନରା ଦରମାରେ ପାର୍ଥକ୍ୟ: ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ

ସୂଚନା ଅନୁସାରେ, ଭୋର ସମୟରେ ଘରେ ସମସ୍ତେ ଥିବା ବେଳେ ହଠାତ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଚାହୁଁ ଚାହୁଁ ନିଆଁ ଘରର ଚାରିଆଡକୁ ବ୍ୟାପି ଯାଇଥିଲା । ଫଳରେ ଘରର ଗୋଟିଏ ପାର୍ଶ୍ଵ କୋଠରୀରେ ପରିବାରର ସମସ୍ତ ସଦସ୍ୟ ମାନେ ଫସି ରହିଥିଲେ । ନିଆଁ ଓ ଧୂଆଁ ଅଧିକ ଜୋରରେ ଘରେ ବ୍ୟାପିବାରେ ଲାଗିବାର ଦେଖି ସମସ୍ତ ପରିବାର ଲୋକେ ଜୀବନ ବିକଳରେ ଘରୁ ଦଉଡି ବାହାରି ଥିଲେ । ତେବେ ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ପଡୋଶୀ ଉଦ୍ଧାର କରିଥିଲେ ଏବଂ ରୋଷେଇ ଘରେ ରହିଥିବା ଗ୍ୟାସ୍ ସିଲିଣ୍ଡରକୁ ଅବିଳମ୍ବେ ବାହାରକୁ ଆଣି ଥିବାରୁ ଦ୍ବାରା ଏକ ବଡ ଧରଣର ବିସ୍ଫୋରଣ ରୋକା ଯାଇ ପାରିଥିଲା ।

ଏହା ମଧ୍ୟ ପଢନ୍ତୁ ... ପାନୀୟ ଜଳଯୋଗାଣ ପ୍ରକଳ୍ପରେ ଅଗ୍ନିକାଣ୍ଡ, କୋଟିଏ ଟଙ୍କାର ପ୍ଲାଷ୍ଟିକ ପାଇପ ଜଳି ପାଉଁଶ

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା । ତେବେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇଥିଲେ । ତେବେ ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ଅନୁମାନ କରୁଛି ଅଗ୍ନିଶମ ବିଭାଗ । ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିବାରୁ ଉକ୍ତ ଅଞ୍ଚଳରେ ବଡଧରଣ ଅଗ୍ନିକାଣ୍ଡ ରୋକାଯାଇ ପାରିଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଲୋକଙ୍କ ଜୀବନ ହାନି ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ ... ମହମବତୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୬ ମୃତ, ଏକାଧିକ ଆହତ

ତେବେ ବାଙ୍କ ବିହାରୀଙ୍କ ସମସ୍ତ ପରିବାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଅଗ୍ନିକାଣ୍ଡରେ ଘର ଭିତରେ ଥିବା ଖଟ, ଆଲମାରୀ ଆଦି ସମସ୍ତ ଆସବାବପତ୍ର ଏବଂ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ସ୍ପଷ୍ଟ ହୋଇନଥିବା ବେଳେ ସେନେଇ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.