ETV Bharat / state

ପୋଲିସ ତୁଳନରା ଦରମାରେ ପାର୍ଥକ୍ୟ: ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ

author img

By ETV Bharat Odisha Team

Published : Dec 13, 2023, 8:17 AM IST

ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ
ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ

Fire Workers Protest in Sudargarh: ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ଧାରଣା । କଳା ବ୍ୟାଚ ପରିଧାନ କରି ନିଜ ଦାବି ରଖିଛନ୍ତି କର୍ମଚାରୀ । ଅଧିକ ପଢ଼ନ୍ତୁ

ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ

ରାଉରକେଲା: ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଧାରଣା । କଳା ବ୍ୟାଚ ପରିଧାନ କରି ନିଜ ଦାବି ରଖିଛନ୍ତି କର୍ମଚାରୀ । ରାଉରକେଲା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାରଣା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ଧାରଣା । ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ନକରି କେବଳ କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରାଯାଉଛି ।

ରାଉରକେଲାର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସରକାରଙ୍କ ବିରୋଧରେ ଧାରଣ ବସିଛନ୍ତି । ରାଉରକେଲା ସମେତ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର ଅଗ୍ନିଶମ କର୍ମଚାରୀ କଳା ବ୍ୟାଚ ପିନ୍ଧି ବିକ୍ଷେଭ ପ୍ରଦର୍ଶନ କରିଛନ୍ତି କର୍ମଚାରୀ । ତେବେ ଓଡ଼ିଶା ପaଲିସ ବାହିନୀରେ ଅଗ୍ନିଶମ କର୍ମଚାରୀ ଓ ସେମାନଙ୍କ ସମକକ୍ଷଙ୍କ ମଧ୍ୟରେ ଦରମା ଓ ଭତ୍ତାରେ ଚାଲିଥିବା ପାର୍ଥକ୍ୟକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ରାଉରକେଲା ସର୍କଲ ପାନପୋଷ ଦମକଳ କେନ୍ଦ୍ରର ଅଗ୍ନିଶମ କର୍ମଚାରୀଙ୍କ ସହ ଜିଲ୍ଲାର ଅନ୍ୟ ଦମକଳ କେନ୍ଦ୍ରରେ ମଧ୍ୟ ଆନ୍ଦୋଳନ କରାଯାଉଛି । କୁଆରମୁଣ୍ଡା, ବିଶ୍ରା, ନୂଆଗାଁ, ଗୁରୁଣ୍ଡିଆ, ଲହୁଣୀପଡା, ବଣାଇ, ଏବଂ କୋଇଡା ଅଞ୍ଚଳରେ ଦମକଳ ବାହିନୀ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଗ୍ନିଶମ ବିଭାଗ ମଧ୍ୟରେ ଥିବା ଅଗ୍ନିଶମ କର୍ମଚାରୀ, ଡ୍ରାଇଭର ଏବଂ ମୁଖ୍ୟ ହାବିଲଦାରଙ୍କ ଦ୍ୱାରା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ....ଡିସେମ୍ବର ୨୦ରୁ ଜାନୁଆରୀ ୨୦ ଯାଏଁ ଚାଲିବ ଛାତ୍ର କଂଗ୍ରେସ ଆନ୍ଦୋଳନ

ତେବେ ଏମାନଙ୍କ ଦାବି ହେଉଛି ଯେ ସମାନ ଦରମା ଓ ଭତ୍ତା । ଓଡ଼ିଶା ପୋଲିସରେ କନଷ୍ଟେବଳ ଓ ହାବିଲଦାରମାନେ ପାଉଥିବା ପ୍ରାପ୍ୟର ସମାନ ଭାବରେ ଅଗ୍ନିଶମ ବିଭାଗରେ ମଧ୍ୟ ଲାଗୁ କରିବାକୁ ଦାବି କରାଯାଇଛି । ଏଥି ସହିତ ଅଗ୍ନିଶମ କର୍ମଚାରୀମାନେ ଫାୟାର ସର୍ଭିସ ୟୁନିୟନର ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ପାଇଁ ଦାବି କରୁଛନ୍ତି । ବାରମ୍ବାର ଦାବି ପରେ ମଧ୍ୟ ଫଳ ଶୂନ । ତେବେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସୁରକ୍ଷିତ କରୁଛନ୍ତି ଅଗ୍ନିଶମ ବିଭାଗ । ତେବେ ଏଥର ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ନକରି କେବଳ କଳାବ୍ୟାଚ ପରିଧାନ କରି ସେମାନେ ଜରୁରୀକାଳୀନ ପରିସ୍ଥିତିରେ ନିଜର ଅତ୍ୟାବଶ୍ୟକୀୟ ସେବା ଜାରି ରଖିବାକୁ ଶପଥ ନେଇଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ କଳାବ୍ୟାଚ ପିନ୍ଧିବା ନିଷ୍ପତ୍ତି ଅଗ୍ନିଶମ କର୍ମଚାରୀଙ୍କ ଦାବିର ଗୁରୁତ୍ୱକୁ ସୂଚାଉଛି । ତେବେ ତାଙ୍କର ଆବଶ୍ୟକତାକୁ ସରକାର କେତେ ଶୀଘ୍ର ପୁରଣ କରୁଛନ୍ତି ଦେଖିବା ବାକି ରହିଲା । ତେବେ ଯଦି ସରକାର ତାଙ୍କ କଥା ନବୁଝନ୍ତି ତେବେ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.