ETV Bharat / state

ଡିସେମ୍ବର ୨୦ରୁ ଜାନୁଆରୀ ୨୦ ଯାଏଁ ଚାଲିବ ଛାତ୍ର କଂଗ୍ରେସ ଆନ୍ଦୋଳନ

author img

By ETV Bharat Odisha Team

Published : Dec 12, 2023, 4:22 PM IST

Odisha Congress Student union protest: ବିଶ୍ବବିଦ୍ୟାଳୟରେ ସେଲ୍ଫି ପଏଣ୍ଟ ଓ ନୂଆ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ । ଡିସେମ୍ବର ୨୦ରୁ ଜାନୁଆରୀ ୨୦ ଯାଏଁ ଚାଲିବ ଛାତ୍ର କଂଗ୍ରେସ ଆନ୍ଦୋଳନ । ଅଧିକ ପଢନ୍ତୁ

Odisha Congress Student union protest
Odisha Congress Student union protest

Odisha Congress Student union protest

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୦ ରୁ ଜାନୁୟାରୀ ୨୦ ଯାଏଁ ଚାଲିବ ଛାତ୍ର ଆନ୍ଦୋଳନ । ବିଶ୍ବବିଦ୍ୟାଳୟରେ ସେଲ୍ଫି ପଏଣ୍ଟ ଓ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ପ୍ରସଙ୍ଗ ନେଇ ସବୁ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଆନ୍ଦୋଳନ ଓ ପ୍ରତିବାଦ କରିବ ଛାତ୍ର କଂଗ୍ରେସ । ରାଜ୍ୟରେ ଥିବା ନବୀନ ସରକାର ଏବଂ କେନ୍ଦ୍ରର ମୋଦି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ହେଲେ ଉଭୟ ଆତ୍ମ ପ୍ରଚାର କରୁଛନ୍ତି । ଏହିସବୁ ପ୍ରସଙ୍ଗ ନେଇ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ।

ଡିସେମ୍ବର ୨୦ ସବୁ କଲେଜ ଓ ବିଶ୍ଵବିଦ୍ୟାଳୟଗୁଡିକରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଯିବ । ଗାନ୍ଧୀ ଓ ଗୋପବନ୍ଧୁଙ୍କ ଫଟୋ ଲଗାଇ ପ୍ରତିବାଦ କରିବ ଛାତ୍ର କଂଗ୍ରେସ । ଏ ନେଇ ୟାସିର ନୱାଜ କହିଛନ୍ତି, "କେବଳ ଜିଲ୍ଲା ମୁଖ୍ୟାଳୟ, କଲେଜ ବିଶ୍ଵବିଦ୍ୟାଳୟଗୁଡିକରେ ହେବ ପ୍ରତିବାଦ । କାହିଁକି ହେଉନି ଛାତ୍ର ସଂସଦ ନିର୍ବାଚନ ? ମହାପୁରୁଷଙ୍କ ଫଟୋ ନ ଲଗାଇ କାହିଁକି ମୋଦି ଓ ନବୀନଙ୍କ ଫଟୋ ଲଗାଯିବ ? ସରକାରୀ ବିଫଳତା ଓ ଶୈକ୍ଷିକ ବାତାବରଣ ନଷ୍ଟ ନେଇ ପ୍ରତିବାଦ ହେବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ଉଭୟ ଆତ୍ମ ପ୍ରଚାର କରୁଛନ୍ତି । କଲେଜରେ ମହିଳାମାନଙ୍କ ପ୍ରତି ସୁରକ୍ଷା ଦିଆଯାଉ ନାହିଁ । ଛାତ୍ରମାନଙ୍କ ନ୍ୟାଯ୍ୟ ଅଧିକାର ଦେଉନାହାଁନ୍ତି ସରକାର । ଲୁଟ ବ୍ୟତୀତ ଆଉ କିଛି ଜାଣିନାହାନ୍ତି। ସରକାରଙ୍କ ଯଦି ସତ ସାହସ ଅଛି ତାହେଲେ ଆମେ ଯେଉଁ ପୋଷ୍ଟର ମାରିବୁ ତାକୁ କାଢ଼ିକି ଦେଖାନ୍ତୁ।"

ଏହା ବି ପଢନ୍ତୁ- ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ହେବ ସେଲ୍ଫି ପଏଣ୍ଟ, ଲାଗାଯିବ ମୋଦିଙ୍କ ଫଟୋ

ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରି ପିସିସି ସଭାପତି କହିଛନ୍ତି, "ଶିକ୍ଷାନୁଷ୍ଠାନଗୁଡ଼ିକରେ ଭିତ୍ତିଭୂମି ନାହିଁ । ହେଲେ ସରକାର ଆତ୍ମପ୍ରଚାର ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ଉଭୟ ମୋଦି ଓ ନବୀନ ସରକାର ଲାଗି ପଡିଛନ୍ତି ଆତ୍ମ ପ୍ରଚାରରେ । ସରକାରୀ ଅର୍ଥରେ କଲେଜରେ ଚାଲିଛି ଦଳୀୟ ପ୍ରଚାର । ବିଶ୍ଵ ବିଦ୍ୟାଳୟ ହେଉ କି କଲେଜର ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି । ନିଯୁକ୍ତି ନାହିଁ, ଶିକ୍ଷକ ନାହାଁନ୍ତି । ଅନେକ ପଦ ପଦବୀ ଖାଲି ପଡ଼ିଛି । ପାଠପଢା କେମିତି ହେଉଥିବ ?"

ପସିସି ସଭାପତି ଆହୁରି କହିଛନ୍ତି, "ଦୀର୍ଘ ୨୪ ବର୍ଷ ଯାଏଁ ନବୀନ ସରକାର ବାସ୍ତବ ଶିକ୍ଷା ଦେଇ ପାରିଲେ ନାହିଁ । ହଜାର ହଜାର ପଦବୀ ଖାଲି ପଡ଼ିଛି, ହେଲେ ସରକାର ସେଗୁଡିକ ପୂରଣ ନକରି ଅନ୍ୟାନ୍ୟ କାର୍ଯ୍ୟକ୍ରମ କରୁଛନ୍ତି । ଉଭୟ ବିଜେଡି ଏବଂ ବିଜେପି ସରକାର ଯୁବକ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ଭୁଲିଗଲେ । ବିଜେଡି ବିଜେଡି ଦଳୀୟ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରୀ ଖର୍ଚ୍ଚରେ ଦଳୀୟ କାର୍ଯ୍ୟକ୍ରମ କରିବା ଠିକ ନୁହେଁ । ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.