ETV Bharat / state

ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ହେବ ସେଲ୍ଫି ପଏଣ୍ଟ, ଲାଗାଯିବ ମୋଦିଙ୍କ ଫଟୋ

author img

By ETV Bharat Odisha Team

Published : Dec 4, 2023, 9:56 PM IST

ବିଶ୍ବବିଦ୍ୟାଳୟ ଓ କଲେଜରେ ସେଲ୍ଫି ପଏଣ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ । ସେଲ୍ଫି ପଏଣ୍ଟ ଗୁଡିକରେ ଲାଗିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ । ଅଧିକ ପଢ଼ନ୍ତୁ

ସେଲ୍ଫି ପଏଣ୍ଟ
ସେଲ୍ଫି ପଏଣ୍ଟ

ସେଲ୍ଫି ପଏଣ୍ଟ

ଭୁବନେଶ୍ବର: ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ଏକ ସେଲ୍ଫି ପଏଣ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଯାହା ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ଏନେଇ ଶୁକ୍ରବାର ଦିନ ସମସ୍ତ କୁଳପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନୋଟିସ ପଠାଇଛି ୟୁଜିସି । ସେପଟେ ସମସ୍ତ ସେଲ୍ଫି ପଏଣ୍ଟ ଗୁଡିକରେ ଲାଗିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । ତେବେ ଆସନ୍ତା ବର୍ଷ ଲୋକସଭା ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶ୍ବବିଦ୍ୟାଳୟ ଓ କଲେଜ ଗୁଡିକରେ ଯୁବପିଢିମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହା କରାଯାଉଥିବା ନେଇ ଚର୍ଚ୍ଚା ହେଉଛି ।

ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନ ବନ୍ଦ କରାଗଲା । କ୍ୟାମ୍ପସରେ ଛାତ୍ର କମିଟି ଗଠନ କରାଗଲା । ଆଗକୁ ଆସୁଛି ନିର୍ବାଚନ। ତେବେ ଏନେଇ ଏବେଠାରୁ ଆରମ୍ଭ ହେଲାଣି ନୂଆ ନୂଆ ଯୁବ ଭୋଟରଙ୍କୁ ହାତେଇବା ପାଇଁ ପ୍ରସ୍ତୁତି । ଏପଟେ ରାଜ୍ୟ ସରକାର କଲେଜ କ୍ୟାମ୍ପସରେ ହୋଡ଼ିଙ୍ଗ ଲଗାଇବା ସହ କଲେଜର ଭିବିନ୍ନ ଯୋଜନାକୁ ନେଇ ଦିଆଯାଉଛି ସୂଚନା । ପିଲାଙ୍କ ମଧ୍ୟରେ ଉତ୍ସାହ ବଢାଇବା ପାଇଁ କରାଯାଉଛି ନୂଆ ଯୋଜନା । କିନ୍ତୁ ସେପଟେ କଲେଜ କ୍ୟାମ୍ପସରେ ସେଲ୍ଫି ପଏଣ୍ଟ ରଖାଯିବ । ଯାହା ଜାତୀୟ ଶିକ୍ଷା ନୀତି ସମେତ ସେଲ୍ଫି ପଏଣ୍ଟରେ ମୋଦିଙ୍କ ଫଟୋ ମଧ୍ୟ ରହିବା ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ........ପରିବର୍ତ୍ତନଶୀଳ ସମୟ ସହ ଲାଇବ୍ରେରୀର ଢାଞ୍ଚାରେ ବି ପରିବର୍ତ୍ତନ ଆବଶ୍ୟକ: ଡଃ ଅଳକା ରାୟ

ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ୟାମ୍ପସରେ ପୋଷ୍ଟର ଲଢେଇ ଆରମ୍ଭ ହେଲାଣି । କ୍ୟାମ୍ପସରେ ସେଲ୍ଫି ପଏଣ୍ଟ କରିବାକୁ ୟୁଜିସି ପକ୍ଷରୁ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୟୁଜିସି ନିର୍ଦ୍ଦେଶ ଦେଇଛି ଯେ, ଭାରତ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ସମ୍ପର୍କରେ ସେଲ୍ହି ପଏଣ୍ଟରେ ଉଲ୍ଲେଖ ରଖାଯିବ। ଜାତୀୟ ଶିକ୍ଷାନୀତି 2020 ସମେତ ଭାରତର ଗର୍ବକୁ ଏଠାରେ ପ୍ରତିଫଳନ କରାଯିବ । ତେବେ ଏହା ସହ ଛାତ୍ରଛାତ୍ରୀମାନେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ କରିବେ । ତେବେ ଏନେଇ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ କହିଛନ୍ତି ଯେ, ବିଶ୍ବବିଦ୍ୟାଳୟରେ ସେଲ୍ଫି ପଏଣ୍ଟ ଖୋଲିବା ପାଇଁ ୟୁଜିସି ପକ୍ଷରୁ ଚିଠି ଆସିଛି । ଦେଶର ଐତିହ ଓ ସଂସ୍କୃତିକୁ ନେଇ ଯୁୁବପିଢ଼ିଙ୍କ ମଧ୍ୟରେ ସଚେତନତା କରିବା ପାଇଁ ଏହୁ ସେଲ୍ଫି ପଏଣ୍ଟ କରାଯିବ । କିନ୍ତୁ ସେ ବିସୟରେ କଣ କରିବୁ ସେନେଇ କମିଟି ସହ ଆଲୋଚନା କରି ପଦକ୍ଷପ ନିଆଯିବ ।

ସେପଟେ ରାଜ୍ୟ ସରକାରଙ୍କ ଦ୍ବାରା ମଧ୍ୟ କଲେଜ ସ୍ଥଳରେ ନୁଆ ନୂଆ କାର୍ଯ୍ୟକ୍ରମ କରାଯାଉଛି । ପିଲାଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସମସ୍ତ କଲେଜରେ ଡିସେମ୍ବର 31 ପର୍ଯ୍ୟନ୍ତ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଏହାସହ ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଉତ୍ତିର୍ଣ୍ଣ ହେବେ ସେମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି । ଏହା ସମେତ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମେତ ପିଲାଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.