ETV Bharat / bharat

ମହମବତୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୬ ମୃତ, ଏକାଧିକ ଆହତ

author img

By ETV Bharat Odisha Team

Published : Dec 8, 2023, 6:22 PM IST

Updated : Dec 8, 2023, 7:09 PM IST

Fire breaks out in Candle making factory
Fire breaks out in Candle making factory

Fire incident in Pimpri Chanchawad: ମହାରାଷ୍ଟ୍ର ପୁଣେ ସହରରେ ଏକ ମହମବତୀ ତିଆରି କାରଖାନାରେ ଅଗ୍ନିକାଣ୍ଡରେ ୬ ଜଣଙ୍କର ଘଟିଛି ମୃତ୍ୟୁ । ଅଧିକ ପଢନ୍ତୁ

ମହମବତୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୬ ମୃତ, ଏକାଧିକ ଆହତ

ମୁମ୍ବାଇ: ମହାରାଷ୍ଟ୍ର ପୁଣେ ସହରର ପିମ୍ପରି ଛିଞ୍ଚୱାଦ ସିଟି ସ୍ଥିତ ମହମବତୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଘଟଣରେ ନିଆଁରେ ପୋଡ଼ି ହୋଇ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ କର୍ମୀ ଆହତ ହୋଇଛନ୍ତି । ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ୭ରୁ ୮ଟି ଆମ୍ବୁଲାନ୍ସ ଗୋଦାମ ନିକଟରେ ପହଞ୍ଚିଛି । ସେପଟେ ୬ ଜଣ ମୃତକଙ୍କ ମର ଶରୀର ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହି ଗୋଦାମଟି ପିମ୍ପରି ଛିଞ୍ଚୱାଦ ପୋଲିସ ଥାନା ଅଧୀନରେ ଯାଉଥିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଏନେଇ ପିମ୍ପରି ଛିଞ୍ଚୱାଦ ଏସିପି ପଦ୍ମକର ଘାନୱାତ କହିଛନ୍ତି, "ଏହି ଅଗ୍ନିକାଣ୍ଡରେ ଏଯାବତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାଟି ଆଜି ଅପରାହ୍ନ ୩ଟାରେ ଘଟିଛି । ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ।" ପୋଲିସର ସୂଚନା ଅନୁସାରେ ୮ ଜଣ ଆହତଙ୍କ ମଧ୍ୟରେ ୭ ଜଣ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- Mumbai Fire News: ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, 7 ମୃତ

ସୂଚନା ଥାଉ କି ଗତ ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ରର ଗୋରଗାଁଓରେ ଥିବା ଏକ ୫ ତାଲା ବିଲ୍ଡିଂରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ ଜୀବନ ବଞ୍ଚାଇବା ପାଇଁ ସେଠାରେ ରହୁଥିବା ଲେକେ ବାହାରକୁ ପଳାଇ ଆସିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସେହିପରି ଗତ ଅଗଷ୍ଟ ମାସ 30 ତାରିଖରେ ମହାରାଷ୍ଟ୍ର ପୁଣେର ପୁର୍ଣ୍ଣାନଗର ପିମପ୍ରିଚିନଚାୱାଡରେ ଭୟାନକ ଅଗ୍ନିକାଣ୍ଡ ଘଟିଥିଲା । ଏକ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି 4ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା । ଗତ 26 ତାରିଖରେ ଏକ ଟୁରିଷ୍ଟ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ତାମିଲନାଡ଼ୁର ମଦୁରାଇ ରେଳ ଷ୍ଟେସନ ନିକଟରେ ଏକ ପର୍ଯ୍ୟଟକ ଟ୍ରେନ୍‌ରେ ନିଆଁ ଲାଗି 9 ଜଣଙ୍କର ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 8, 2023, 7:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.