ପଟି ଦିଅଁଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ

By

Published : Jun 15, 2023, 6:59 AM IST

thumbnail

ପୁରୀ: ସୁସ୍ଥ ହେଉଛନ୍ତି ମହାପ୍ରଭୁ  । ଅଣସର ପିଣ୍ଡିରେ ଉପଚାର ପରେ ଜ୍ବରରେ ପଡିଥିବା ଦାରୁଦିଅଁ ଧୀରେ ଧୀରେ ଉପଶମ ପାଉଛନ୍ତି  । ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ମହାପ୍ରଭୁ ଜ୍ବରରେ ପଡି ଅଣସର ପିଣ୍ଡି ବିଜେ କରିଥିଲେ  । ମଣିମା ଅଣସର ଘରେ ବିଜେ ପରଠାରୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ବିକଳ୍ପ ଭାବେ ଦେବୀ ଭୁବନେଶ୍ବରୀ ପୂଜା ପାଉଛନ୍ତି  । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତିକାନ୍ତି ହୋଇଥାଏ, ସେହି ନୀତି ପଟି ଦିଅଁଙ୍କ ଠାରେ ହେଉଛି । ଜଗତର ମଙ୍ଗଳ କାମନା କରି ପ୍ରତ୍ୟୁଷରୁ ପ୍ରଭୁ ପତିତପାବନଙ୍କ ଭଳି ପଟି ଦିଅଁଙ୍କ ନିକଟରେ କରାଯାଇଛି ମଙ୍ଗଳ ଆଳତୀ । ବିଶ୍ବାସ ରହିଛି, ଏହି ଦିବ୍ୟ ଆଳତୀ ଦର୍ଶନ କରେ ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ପ୍ରାପ୍ତି ହୋଇଥାଏ । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଅଣସର ନୀତି ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ  । ସେହିପରି ଆଉ ଦିନ କେଇଟା ପରେ ମଣିମାଙ୍କ ରଥଯାତ୍ରା  । ରଥରେ ବିଜେ ହୋଇ ଭକ୍ତଙ୍କୁ ଦର୍ଶନ ଦେବାକୁ ବଡଦାଣ୍ଡକୁ ଆସିବ ସାଆନ୍ତେ  । 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.