ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବ: ଧର୍ମେନ୍ଦ୍ର ପ୍ରଧାନ - Dharmendra Pradhan Targets BJD

By ETV Bharat Odisha Team

Published : May 24, 2024, 7:25 AM IST

thumbnail
Odisha Assembly Election 2024 (ETV Bharat Odisha)

lok sabha election 2024: ସମ୍ବଲପୁର: ଆଜି ସମ୍ବଲପୁରରେ ସାଧରଣ ନିର୍ବାଚନ ପାଇଁ ପ୍ରଚାରର ଶେଷ ତାରିଖ । ତେବେ ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଭିଏସଏସ ମାର୍ଗ ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି l ଏହି ଅବସରରେ ସେ କହିଛନ୍ତି ଯେ ସମ୍ବଲପୁର ତଥା ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି l ଏହିଭଳି ଭାରେ ନବୀନ ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା, ଭୀମସାର ମେଡିକାଲ ତଥା ବିଭିନ୍ନ ହସ୍ପିଟାଲରେ ଡାକ୍ତର ନଥିବା ଆଦି ସମସ୍ୟା ନେଇ ବିଜେଡି ଉପରେ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର l

ସେ ଆହୁରୀ ମଧ୍ୟ ପଶ୍ଚିମ ଓଡିଶାରେ WODCର କାର୍ଯ୍ୟାଳୟ ନହେବା, ହାଇକୋର୍ଟ ବେଞ୍ଚ ନହେବା ତଥା ଏହା ନେଇ ରାଜ୍ୟ ସରକାର ଆଭିମୁଖ୍ୟ, ସମ୍ବଲପୁରରେ ମହାନଗର ନିଗମ ନିର୍ବାଚନ ନହେବା, ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟକୁ ନାକ ଆପ୍ରୁଭଲ ନମିଳିବା, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହା ସହ ଚଳିତ ନିର୍ବାଚନରେ ବିଜେପି 75ଟି ସିଟ ଜିତିବା ସହ ପ୍ରଥମ ଥର ପାଇଁ ଓଡିଶାରେ ବିଜେପି ସରକାର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର  l 

ଏହା ମଧ୍ୟ ପଢ଼ନ୍ତୁ..୨୪ ବର୍ଷର ମୁଖ୍ୟମନ୍ତ୍ରୀ ୫ ବର୍ଷର ସାଂସଦଙ୍କ ଉପରେ ପ୍ରଶ୍ନ କରିବା ହାସ୍ୟାସ୍ପଦ: ଅପରାଜିତା - Aparajita Criticized CM Naveen

ଆଗକୁ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯିବ l ସମ୍ବଲପୁରରେ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନା କରାଯିବ l ଧାନର MSP 3100 ଟଙ୍କା କରାଯାଇ କୃଷି ଅର୍ଥନୀତିରେ ନୂତନ ଢାଞ୍ଚା ପ୍ରସ୍ତୁତ କରାଯିବ l ସମ୍ବଲପୁର ସହରକୁ ଉନ୍ନତିକରଣ କରାଯାଇ ଦେଶର 50ଟି ସହର ମଧ୍ୟରେ ରଖାଯିବ l ସମ୍ବଲପୁରରେ ବୁଣାକାର ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଭଳି ଅନେକ ପ୍ରତିଶୃତି ଦେଇଛନ୍ତି ଧର୍ମେନ୍ଦ୍ର । ଏହା ସହ ମହାନଦୀ ବିବାଦ ପ୍ରସଙ୍ଗରେ ଓଡିଶା ବିଜେପି ସବୁବେଳେ ଓଡ଼ିଶାବାସୀଙ୍କ ସହ ଅଛି ବୋଲି କହିଛନ୍ତି ଧର୍ମେନ୍ଦ୍ର  l

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.