କେନ୍ଦୁଝରରେ ଥମୁନି ହାତୀ ଉପଦ୍ରବ, ପୁଣି ଦନ୍ତା ନେଲା ଜୀବନ

By ETV Bharat Odisha Team

Published : Oct 22, 2023, 5:55 PM IST

thumbnail

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ହେଉନାହିଁ । ଗତକାଲି ବାସୁଦେବପୁର ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି । ଖବର ପାଇ ବନ ବିଭାଗ ଓ ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରିଛନ୍ତି । ଏହା ଘଟଣା ପରେ ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ  ଦାବି କରିଛନ୍ତି ଲୋକେ  । 

ସୂଚନା ଯୋଗ୍ୟ କେନ୍ଦୁଝର ବନଖଣ୍ଡ ମଇଦାନକେଲ ବିଟ ଅନ୍ତର୍ଗତ ବାସୁଦେବପୁର ଜଙ୍ଗଲରେ ଘଟିଛି ଏହି ଅଘଟଣ । ଗତକାଲି ବାସୁଦେବପୁରର ଭାଗିରଥି ମହାନ୍ତ ନିକଟସ୍ଥ ଜଙ୍ଗଲକୁ ଗାଈ ଚରେଇବା ପାଇଁ ଯାଇଥିଲେ । ଏହି ସମୟରେ ସେ ହାତୀ ଆକ୍ରମଣରେ ଶିକାର ହୋଇଥିଲେ । ଫଳେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳୁ ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିିବା ସହ ବନ ବିଭାଗରକୁ ମଧ୍ୟ ଖବର ଦେଇଥିଲେ । ବନ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ପାରିପାର୍ଶିକ ଘଟଣାରୁ ଭାଗିରଥିଙ୍କ ମୃତ୍ୟୁ ହାତୀ ଆକ୍ରମଣରେ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଥାନାରେ କୌଣସି ମାମଲା ହୋଇନଥିବା ଜଣାପଡିଛି । ମୃତକ ପରିବାରକୁ ନିୟମ ଅନୁଯାୟୀ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ବିଶେଷକରି ଏହି ଆଞ୍ଚଳରେ 18 ଟିକିଆ ହାତୀ ପଲର ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ସହ ବହୁ ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଶ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.