ମହାନବମୀରେ ସିଦ୍ଧିଧାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତଜନନୀ

By ETV Bharat Odisha Team

Published : Oct 23, 2023, 2:20 PM IST

thumbnail

ଭବାନୀପାଟଣା: ନବରାତ୍ରୀର ଆଜି ଶେଷ ଦିନ । ମହାନବମୀରେ ସିଦ୍ଧିଧାତ୍ରୀ ରୂପରେ ପୂଜା ପାଉଛନ୍ତି ମାଆ ଜଗତଜନନୀ । ମଣ୍ଡପ ଗୁଡିକରେ ଭକ୍ତଙ୍କ ସମାଗମ ଲାଗି ରହିଛି । କଳାହାଣ୍ଡିରେ ବିଭିନ୍ନ ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାନବମୀ ପୂଜା ଜାରି ରହିଛି । ମାଆଙ୍କ ଆଶୀର୍ବାଦ ଲାଭ କରିବାକୁ ଭକ୍ତଙ୍କ ଭିଡ଼ ଜମିଛି । ଭବାନୀପାଟଣା ସହରରେ 12ଟି ସ୍ଥାନରେ ଦୁର୍ଗାପୂଜା ହେଉଥିବା ବେଳେ ସହରର ମହାବୀର ପଡ଼ା, ଇରିଗେସନକଲୋନୀ, ମନ୍ଦାର ବଗିଚା ପଡ଼ା, ବଜାର ପଡ଼ା , ବାହାଦୁର ବଗିଚା ପଡ଼ା, ନକଟିଗୁଡ଼ା ଆଦି ସ୍ଥାନ ମାନଙ୍କରେ ବେଶ ଧୁମଧାମରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା। ସପ୍ତମୀ ଠାରୁ ଏଠାରେ ମାଆଙ୍କ ମୁର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି । ପ୍ରତିଦିନ ଶହ ଶହ ଭକ୍ତଙ୍କସମାଗମ ଲାଗି ରହିଛି। 

ଏହା ମଧ୍ୟ ପଢନ୍ତୁ- ବଲାଙ୍ଗୀରରେ ମୁଖ୍ୟ ଆକର୍ଷଣ ଚାରିଧାମ ତୋରଣ, ମଣ୍ଡପରେ ଜମୁଛି ଭକ୍ତଙ୍କ ଗହଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.