ଝାରସୁଗୁଡାରେ ଜମୁଛି ଦୁର୍ଗା ପୂଜା, ମନ ମୋହୁଛି ତୋରଣ

By ETV Bharat Odisha Team

Published : Oct 23, 2023, 10:26 AM IST

thumbnail

ଝାରସୁଗୁଡା: ଦୁର୍ଗାପୂଜାକୁ ନେଇ ଚାରି ଆଡେ ଉତ୍ସବର ମାହୋଲ ଓ ଭକ୍ତିମୟ ପରିବେଶ । ଝାରସୁଗୁଡ଼ାର ବିଭିନ୍ନ ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା କରାଯାଉଛି । ମହା ଅଷ୍ଟମୀରେ ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଜି ମବାନବମୀରେ ମାଆଙ୍କ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହେବ । କେବଳ ମେଢ଼ ନୁହଁ ଆକର୍ଷଣୀୟ ତୋରଣ ମଧ୍ୟ ଲୋକଙ୍କୁ ବେଶ ପସନ୍ଦ ଆସୁଛି । ସହରର ମେନ୍‌ ରୋଡ୍‌ଠାରେ ଥିବା କାଳି ମନ୍ଦିରରେ ଦୀର୍ଘ ୬୦ ବର୍ଷ ଧରି ଚାଲିଛି ମା ଦୂର୍ଗାଙ୍କ ପୂଜା । ଯାହାକୁ ଦେଖିବା ପାଇଁ ଭିନ୍ନ ଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ହୋଇଥାଏ । ମନଲୋଭା ତୋରଣ ସହିତ ମା କାଳିଙ୍କ ମନ୍ଦିରରେ ଜଗତ ଜନନୀଙ୍କ ନବ ବେଶ ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଇଥାଏ । ବିଜୟାଦଶମୀ ପରବର୍ତ୍ତୀ ଦିନ ଏଠାରେ ବଙ୍ଗାଳି ସମ୍ପ୍ରଦାୟ ପକ୍ଷରୁ ସିନ୍ଦୂର ଖେଳ ଖେଳାଯାଇଥାଏ । ଯାହା ଏକ ଅଲୌକିକ ପରିବେଶ ଓ ବାତାବରଣ ସୃଷ୍ଟି କରିଥାଏ । ସେହିପରି ଗତକାଲି  ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ମା କାଳିଙ୍କ ଦର୍ଶନ କରି ସମସ୍ତ ଜିଲ୍ଲା ବାସୀଙ୍କ ମଙ୍ଗଳ କାମନା କରିଥିଲେ । ଏହା ସହିତ ସମସ୍ତଙ୍କୁ ଦଶହରା ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ । ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ପାଇଁ ଭୋଗର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ମଣ୍ଡପରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.