ମନ ମାରି ବସିଲାଣି କାଳିଆ, ଭକ୍ତଙ୍କୁ ଛାଡ଼ି ଫେରିବ ବଡ଼ ଦେଉଳ

By

Published : Jul 1, 2023, 8:43 PM IST

thumbnail

ପୁରୀ: ବାଜୁଛି ବିଜେ କାହାଳୀ । ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର । ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ଆରମ୍ଭ ହୋଇଛି । ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କ ପରେ ବଡ଼ ଠାକୁର ବଳଭଦ୍ର ମଧ୍ୟ ବଡ଼ ଦେଉଳକୁ ଫେରିଛନ୍ତି । ଭଉଣୀ ଶୁଭଦ୍ରାଙ୍କ ପରେ ଆସିବ କାଳିଆ ପାଳି । ଭକ୍ତଙ୍କୁ ଛାଡ଼ି ନୀଳକନ୍ଦରକୁ ବାହୁଡ଼ିବ ନୀଳମାଧବ । ଏନେଇ ଏବେଠୁ ମନ ମାରି ବସିଲାଣି କାଳିଆ ସାଆନ୍ତେ । ଭକ୍ତର ଭାବରେ ବନ୍ଧା ସେ ଜଗତ ଠାକୁର । ପୁଣି ବଡ଼ ଦେଉଳରୁ ବାହାରିବାକୁ ଆର ବରଷକୁ ଅପେକ୍ଷା । ଏପଟେ କାଳିଆ ମନ ବ୍ୟାକୁଳ ହେଉଥିବା ବେଳେ ସେପଟେ ଭକ୍ତ ମଧ୍ୟ ରଥ ଉପରେ ମହାପ୍ରଭୁଙ୍କ ଶେଷ ଦର୍ଶନ ଲାଗି ତତ୍ପରତା ଦେଖାଇଛି । ଭକ୍ତଙ୍କୁ ଛାଡ଼ି ଯିବାକୁ କାଳିଆର ମନ ନାହିଁ । ଏଣୁ ତାର ମୁଖ ମଣ୍ଡଳ ମଧ୍ୟ ମଳିନ ପଡ଼ିଛି । ନବ ଦିନାତ୍ମକ ଯାତ୍ରା ପରେ ରତ୍ନବେଦୀକୁ ବାହୁଡ଼ିବ କାଳିଆ । ସେପଟେ ବାଟ ଜଗି ବସିଛନ୍ତି ଲକ୍ଷ୍ମୀ ଠାକୁରାଣୀ । ସିଂହଦ୍ବାର ନିକଟରେ ରୋକିବେ କାଳିଆର ବାଟ । ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ ।  

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.