ବଲାଙ୍ଗୀରରେ ପ୍ରସିଦ୍ଧ ଲାଖ ବିନ୍ଧା ପର୍ବ ଅନୁଷ୍ଠିତ, ଲକ୍ଷ୍ୟ ଭେଦ କଲେ କନକ ବର୍ଦ୍ଧନ ସିଂହଦେଓ

By ETV Bharat Odisha Team

Published : Oct 25, 2023, 11:37 AM IST

thumbnail

ବଲାଙ୍ଗୀର: ବଲାଙ୍ଗୀରରେ ବିଜୟା ଦଶମୀ ଅବସରରେ ରାଜାରାଜୁଡା ସମୟରୁ ପ୍ରଚଳିତ ହୋଇଆସୁଥିବା ଲାଖ ବିନ୍ଧା ନୀତି ସମ୍ପନ୍ନ ହୋଇଛି । ଯେଉଁଥିରେ ପାଟଣା ମହାରାଜା କନକ ବର୍ଦ୍ଧନ ସିଂହ ଦେଓ ଲକ୍ଷ୍ୟ ଭେଦ କରି ଏହି ପରମ୍ପରା ଓ ନୀତିକୁ ପାଳନ କରିଛନ୍ତି ।  ପ୍ରଥମେ ମାଆ ପାଟଣେଶ୍ୱରୀ ଓ ମାଆ ଦଶମତିଙ୍କଠାରେ ଅସ୍ତ୍ର ପୂଜା ଓ ମାଙ୍କ ପୂଜା ପରେ ମହାରାଜା ଲକ୍ଷ୍ୟ ଭେଦ କରିଥିଲେ । 

ଏହାମଧ୍ୟ ପଢନ୍ତୁ..ବିଜୟା ଦଶମୀ: ସାବର ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଲାଠିଯାତ୍ରା

ବଲାଙ୍ଗୀର ପାଟଣାଗଡ଼ ସ୍ଥିତ ରାଜା ପ୍ରସାଦରେ ଏହି ଲାଖ ବିନ୍ଧା ପର୍ବର ଆୟୋଜନ କରାଯାଇଥିଲା । ପାଟନା ମହାରାଜା କନକ ବର୍ଦ୍ଧନ ସିଂହଦେଓ ବନ୍ଧୁକ ସାହାଯ୍ୟରେ ଲକ୍ଷ୍ୟ ଭେଦ କରି ନିଜ ସାମର୍ଥ୍ୟ ଦେଖାଇଥିଲେ । ଏହାକୁ ଦେଖିବା ପାଇଁ ଅନେକ ଲୋକ ଭିଡ ଜମାଇଥିଲେ ।ତେବେ ପୂର୍ବକାଳରେ ଏହି ଲାଖ ବିନ୍ଧା ପର୍ବର ବେଶ ମହତ୍ତ୍ବ ଥିଲା । ରାଜା ଲକ୍ଷ୍ୟ ଭେଦ କରି ନିଜର ସାମର୍ଥ୍ୟ ପ୍ରଦର୍ଶନ କରି ପ୍ରଜାଙ୍କୁ ସୁରକ୍ଷିତ ରଖିବାର ପ୍ରତିଶ୍ରୁତି ଦେବା ଉଦ୍ଦେଶ୍ୟରେ ଏହା ପାଳନ କରାଯାଉଛି । ତେବେ ପୂର୍ବକାଳରୁ ଏହି ପ୍ରଥା ବଲାଙ୍ଗୀରରେ ପାଳନ ହୋଇଆସୁଛି । 

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.