Kaun Banega Crorepati 15: ଶୋ'କୁ ମିଳିଲା ପ୍ରଥମ କୋଟିପତି, UPSC ପ୍ରସ୍ତୁତି ପାଇଁ ବାଛିଥିଲେ KBC

By ETV Bharat Odisha Team

Published : Sep 2, 2023, 6:03 PM IST

thumbnail

ଚଣ୍ଡିଗଡ଼: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିୟାଲିଟି ଶୋ' କୌନ ବନେଗା କରୋଡ଼ପତି ସିଜିନ ୧୫କୁ ପ୍ରଥମ କରୋଡ଼ପତି ବିଜେତା ମିଳିଯାଇଛି । ପଞ୍ଜାବର ଖାଲରା ଗ୍ରାମର ୨୧ ବର୍ଷର ଜସକରନ ସିଂ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଏକ କୋଟି ଟଙ୍କା ପୁରସ୍କାର ପାଇଛନ୍ତି । ସୋନି ଟିଭିରେ ଏହି ଶୋ'ର ଲାଟେଷ୍ଟ ପ୍ରୋମୋ ପ୍ରକାଶିତ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜସକରନ ସିଂ ନିଜର ଚମତ୍କାର ପ୍ରଦର୍ଶନ କରି ଏକ କୋଟି ଟଙ୍କା ଜିତି ଶୋ'ର ପ୍ରଥମ କରୋଡ଼ପତି ବନି ଯାଇଛନ୍ତି । ଖୁବଶୀଘ୍ର ତାଙ୍କୁ ସାତ କୋଟି ଟଙ୍କାର ଉତ୍ତର ଦେଉଥିବା ଦେଖିବାକୁ ମିଳିବ । ତେବେ ଜସକରନ ସିଂ ଏକ ଗରିବ ପରିବାରରେ ଜନ୍ମ ହୋଇଛନ୍ତି । ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଭାବ ଅନଟନରେ ମଧ୍ୟ ଜଣେ ଆଇଏସ ଅଫିସର ହେବା ସ୍ବପ୍ନ ଦେଖିଛନ୍ତି ଜସକରନ । ତେଣୁ ଗତ ୪ ବର୍ଷ ଧରି ସେ ରିୟାଲିଟି ଶୋ' କୌନ ବନେଗା କରୋଡ଼ପତିରେ ଯିବାକୁ ଉଦ୍ୟମ ଜାରି ରଖିଥିଲେ । ହେଲେ ତିନି ବର୍ଷ ଧରି ସାକ୍ଷାତକାରରେ ସେ କଟି ଯାଉଥିଲେ । ହେଲେ ଏଥିରେ ଜସକରନ ହାରି ଯାଇନଥିଲେ । ବାରମ୍ବାର ଉଦ୍ୟମ ପରେ ସେ ଶୋ'ରେ ଏଣ୍ଟ୍ରି ମାରିବା ସହ ନିଜର ଦମଦାର ପ୍ରଦର୍ଶନ କରି ଏହି ସଫଳତା ପାଇଛନ୍ତି । ଯାହାକୁ ନେଇ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ଆଗାମୀ ଦିନରେ ସେ ସାତ କୋଟି ଟଙ୍କା ଜିତିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ତେବେ ଉକ୍ତ ଟଙ୍କା ତାଙ୍କ ପଢ଼ା ଖର୍ଚ୍ଚରେ ଲଗାଇବେ ବୋଲି ଜସକରନ କହିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.