ଦଣ୍ଡବତ ହୋଇ ବିକ୍ଷୋଭ ପ୍ରଦର୍ଶନ କଲା ଡ୍ରାଇଭର ସଂଘ

By

Published : Nov 4, 2022, 7:46 PM IST

Updated : Feb 3, 2023, 8:31 PM IST

thumbnail

ଭବାନୀପାଟଣା: ୯ ଦଫା ଦାବି ନେଇ କଳାହାଣ୍ଡିରେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲା ଡ୍ରାଇଭର ସଂଘ । ଦାବି ପୂରଣ ପାଇଁ ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି ଡ୍ରାଇଭର ସଂଘର ସଦସ୍ୟ । ରାସ୍ତାରେ ଶୋଇ ସରକାରଙ୍କୁ ଦଣ୍ଡବତ କଲେ ଡ୍ରାଇଭର ସଂଘ । ଏପରି ଢଙ୍ଗରେ ଆଜି ଭବାନୀପାଟଣା କଲେଜ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅକାଳ ମୃତ୍ୟୁ ହେଉଥିବା ଡ୍ରାଇଭରଙ୍କ ପରିବାରକୁ ସରକାରୀ ସହାୟତା, ସେମାନଙ୍କ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା ପରି ୯ ଦଫା ଦାବି ନେଇ ଆଜି ଆନ୍ଦୋଳନ କରିଥିଲା ଡ୍ରାଇଭର ସଂଘ । ବହୁବାର ସରକାରଙ୍କ ନିକଟରେ ଏନେଇ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ଆଗାମୀ ଦିନରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ସଂଘ । ଏଥି ସହ ଦାବି ପୂରଣ ନହେଲେ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର ସଂଘର ସଦସ୍ୟ । ଇଟିଭି ଭାରତ, କଳାହାଣ୍ଡି

Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.