'ଦ କେରଳ ଷ୍ଟୋରୀ' ଚଳଚ୍ଚିତ୍ର ଲେଖକ ସୂର୍ଯ୍ୟପାଲ ସିଂଙ୍କ ସହ ସାକ୍ଷାତକାର

By

Published : May 16, 2023, 7:55 AM IST

thumbnail

ଭୋପାଲ: ବିବାଦରେ ଥିବା 'ଦ କେରଳ ଷ୍ଟୋରୀ' ଲୋକପ୍ରିୟତା ବଢିବା ସହ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଛି ଫିଲ୍ମ । ଏହି ଚଳଚ୍ଚିତ୍ରର ପ୍ରସ୍ତୁତି କାହାଣୀ ସତ୍ୟତା ଉପରେ ଆଧାରିତ ହୋଇଥିବା ନିର୍ମାତା ଦାବି କରି ଆସିଛନ୍ତି । ଏହି ଚଳଚ୍ଚିତ୍ରର ଲେଖକଙ୍କୁ ଧମକ ମିଳୁଥିବା ବେଳେ କେତେକ ରାଜ୍ୟ ବିରୋଧ କରିବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏନେଇ ଫିଲ୍ମ ଲେଖକ ସୂର୍ଯ୍ୟପାଲ ସିଂଙ୍କ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରର ବିବାଦୀୟ କାହାଣୀକୁ ବନାଇବା ପାଇଁ ବିରୋଧର ଆଶଙ୍କା କରାଯାଇ 6 ବର୍ଷ ପର୍ଯ୍ୟନ୍ତ ରିସର୍ଚ୍ଚ ମଧ୍ୟ କରାଯାଇଛି । ହେଲେ ଏହା ସତ୍ତ୍ବେ କୌଣସି ଲେଖକ ଏହାର କାହାଣୀ ଲେଖିବାକୁ କ ରାଜି ନ ଥିବା ବେଳେ ପ୍ରଡ୍ୟୁସର ବି ଫିଲ୍ମ ପ୍ରସ୍ତୁତ ନେଇ ରାଜି ନ ଥିଲେ । ଏହାପରେ ନିର୍ଦ୍ଦେଶକଙ୍କ କହିବା ପରେ ସୂର୍ଯ୍ୟପାଲ ସିଂ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ । ଏନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ନୁହେଁ ଯେ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଅନ୍ୟ ଚଳଚ୍ଚିତ୍ର ପରି ଲେଖାଯାଇଛି।  ପୀଡିତାଙ୍କ ଅନୁଭୂତି ଏବଂ ସେମାନଙ୍କ ସହ ଆଲୋଚନା ପରେ ଏହି ଚଳଚ୍ଚିତ୍ରର ପ୍ରତ୍ୟେକ ଦୃଶ୍ୟ ଏବଂ ସେମାନଙ୍କ ସହି ଚର୍ଚ୍ଚା ହୋଇଥିବା ଘଟଣା ବିଷୟରେ ବର୍ଣ୍ଣିତ ହୋଇଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.