ଜଳମୟ ତାମିଲନାଡୁ, ଡ୍ରୋନ୍ କ୍ୟାମେରାରେ ବନ୍ୟାର ଭୟଙ୍କର ଦୃଶ୍ୟ

By ETV Bharat Odisha Team

Published : Dec 18, 2023, 6:27 PM IST

thumbnail

ଚେନ୍ନାଇ(ତାମିଲନାଡୁ): ଯୁଆଡ଼େ ଅନାଇବେ, ପାଣି ପାଣି ଆଉ ପାଣି । ସୃଷ୍ଟି କରୁଛି ସମୁଦ୍ରର ଭ୍ରମ । ତାମିଲନାଡୁରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ତାମିଲନାଡୁରେ ବନ୍ୟା ପରିସ୍ଥିତି ସାଂଘାତିକ ରୂପ ନେଇଛି । ଜଳାର୍ଣ୍ଣବ ହୋଇଛି ଥୁଥୁକୁଡ଼ି ଅଞ୍ଚଳ । ଘର ଦ୍ବାର ଏବଂ  ଜମି ବାଡ଼ି ଉବୁଟୁବୁ ହେଉଥିବା ବେଳେ, ରାଜପଥ ବୁଡ଼ିବାକୁ ବସିଛି । ଥୁଥୁକୁଡ଼ିରେ ବନ୍ୟାଞ୍ଚଳର ଡ୍ରୋନ ଦୃଶ୍ୟ, ଗମ୍ଭୀର ବନ୍ୟା ସ୍ଥିତି ବୟାନ କରୁଛି । ବନ୍ୟା ଜଳରେ ଭାସିଯାଇଛି ଟ୍ୟୁଟିକୋରିନ ଜିଲ୍ଲା ଶ୍ରୀଭାକୁଣଣ୍ଟମରେ ରେଳ ଧାରଣା । ଫଳରେ ଷ୍ଟେସନରେ ଫସି ରହିଛନ୍ତି ୫୦୦ରୁ ଅଧିକ ଯାତ୍ରୀ । ଗତ ୨୪ ଘଣ୍ଟା ମଧ୍ୟରେ ଟ୍ୟୁଟୋକୋରିନ ଜିଲ୍ଲାରେ ୯୫ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଏନଡିଆରଏଫ, ଏସଡିଆରଏପଂ ଏବଂ ସ୍ଥାନୀୟ ପୋଲିସ । ମୁଖ୍ୟମନ୍ତ୍ର ଷ୍ଟାଲିନ ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି।  ବର୍ତ୍ତମାନ ସୁଦ୍ଧା ୭ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ତଳିଆ ଅଞ୍ଚଳଗୁଡ଼ିକରେ ରେସ୍କ୍ୟୁ ଅପରେସନ ଜାରି ରହିଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.