GST ଠକେଇ ଅଭିଯୋଗ, ରାଉରକେଲା ଟାଇଲ୍ସ ଓ ମାର୍ବଲ୍ସ ଦୋକାନରେ ଚଢ଼ାଉ

By

Published : Jun 24, 2023, 9:28 AM IST

Updated : Jun 25, 2023, 11:40 AM IST

thumbnail

ରାଉରକେଲା: GST ଫାଙ୍କିବା ସନ୍ଦେହରେ ଝାରସୁଗୁଡା ଜିଏସଟି ବିଭାଗର ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢାଉ । ରାଉରକେଲାର ଦାସ ଟାଇଲ୍ସ ଓ ମାର୍ବଲ୍ସ ଦୋକାନରେ ଚଢ଼ାଉ କରିଛି ଜିଏସଟି ବିଭାଗ । ଚଢାଉ କରି ଦୋକାନର ହିସାବ କିତାବ ଯାଞ୍ଚ କରିବା ସହ ନଥିପତ୍ର ଜବତ କରିଛି ବିଭାଗ । ଝାରସୁଗୁଡା ଜିଏସଟି ଡେପୁଟି କମିସନର ସତୀଶ ଜାଲଙ୍କ ନେତୃତ୍ବରେ ଏହି ଟିମ ଚଢାଉ କରିଥିଲା । ଏଥିସହ ତାଲିମପ୍ରାପ୍ତ ଅଧିକାରୀ, ଆକାଉଣ୍ଟାଣ୍ଟ, ଆଇନ ବିଶେଷଜ୍ଞ ଆଦି ଏହି ଚଢାଉରେ ସାମିଲ ଥିଲେ । ତେବେ କେତେ ପରିମାଣର ଟିକସ ଫାଙ୍କି ହୋଇଛି ତାହା ଯାଞ୍ଚ ସମ୍ପୂର୍ଣ୍ଣ ହେଲା ପରେ ଜଣାପଡିବ ବୋଲି କହିଛନ୍ତି ଡେପୁଟି କମିଶନର ସତୀଶ ଜାଲ ।

ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦାସ ଟାଇଲ୍ସ ଓ ମାର୍ବେଲ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଅବଧି ପାଇଁ ଜିଏସଟିର ବ୍ୟବସ୍ଥିତ ଚୋରା କାରବାରରେ ଲିପ୍ତ ଅଛନ୍ତି । ଏନେଇ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୋଟା ଅଙ୍କର ଜରିମାନା, ଜୋରିମାନା ଓ ଜେଲ୍ ଦଣ୍ଡ ହୋଇପାରେ । ସେହିପରି ଏହି ଚଢ଼ାଉ ସମସ୍ତ ବ୍ୟବସାୟୀ ଏବଂ ଟିକସ ଚୋରି କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏକ କଠୋର ଚେତାବନୀ ଭାବେ କାର୍ଯ୍ୟ କରିଛି ।

ଇଟିଭି ଭାରତ,ରାଉରକେଲା 

Last Updated : Jun 25, 2023, 11:40 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.