FIH Pro League 2023: ଦ୍ବିତୀୟ ଥର ମୁହାଁମୁହିଁ ହେବେ ଭାରତ ଓ ଜର୍ମାନୀ, ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

By

Published : Mar 13, 2023, 8:04 PM IST

thumbnail

ରାଉରକେଲା: ଏଫ୍‌ଆଇଏଚ୍‌ ପ୍ରୋ ଲିଗ ପାଇଁ ଚଳଚଞ୍ଚଳ ରାଉରକେଲା ସହର । ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତୀୟ ହକି ଦଳ ନିଜର ବିଜୟ ଯାତ୍ରା ବଜାୟ ରଖିବା ପାଇଁ ଜର୍ମାନୀ ବିପକ୍ଷରେ ଲଢ଼ିବ । ଆଜିର ହାଇ ଭୋଲ୍ଟେଜ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି ।

ହକି ପ୍ରେମୀମାନେ ଆଜି ପୁଣି ଭାରତକୁ ସମର୍ଥନ କରିବା ପାଇଁ ଆଗେଇ ଆସିଛନ୍ତି । କଥାରେ ଅଛି କ୍ରାଉଡ ହେଉଛନ୍ତି ଟ୍ବେଲ୍‌ଥ ମ୍ୟାନ । କ୍ରାଉଡ ବା ଦର୍ଶକ ବିନା ଖେଳ ଅଧୁରା । ରାଉରକେଲା ସହରରେ ଆଜି ଭାରତ ଏବଂ ଜର୍ମାନୀ ମଧ୍ୟରେ ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଭରି ରହିଛି ପ୍ରବଳ ଉତ୍ସାହ । ଆଜି ଭାରତୀୟ ହକି ଦଳ ପୁଣି ମୈଦାନକୁ ଓହ୍ଲାଇବ । ନିଜ ବିଜୟ ଅଭିଯାନ ଜାରି ରଖିବା ପାଇଁ ଲଢ଼ିବେ ଦୁଇ ଦଳ ଭାରତ ଏବଂ ଜର୍ମାନୀ । ହକିର ମହାଯୁଦ୍ଧ ପାଇଁ ଖେଳାଳି ପ୍ରସ୍ତୁତ, ଆୟୋଜକ ଓ ଦର୍ଶକ ମଧ୍ୟ ପ୍ରସ୍ତୁତ । ତେବେ ଭାରତୀୟ ହକି ଦଳ ପାଇଁ ଲକି ସାଜିଛି ଏହି ବିର୍ସା ମୁଣ୍ଡା ଷ୍ଟାଡିୟମ । ଆଜିର ଏହି ହାଇ ଭୋଲ୍ଟେଜ ମ୍ୟାଚ୍‌କୁ ଉପଭୋଗ କରିବାକୁ ହକିପ୍ରେମୀ ଚାହିଁ ବସିଥିବାବେଳେ ମ୍ୟାଚ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଛି । ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଦର୍ଶକ । କାରଣ ହେଉଛି ହକି ପାଇଁ ଭଲ ପାଇବା । ଆଜିର ହାଇ ଭୋଲ୍ଟେଜ ମ୍ୟାଚ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ଲାଗି ରହିଛି ।

ସମ୍ପୂର୍ଣ୍ଣ ହକି ପ୍ରୋ ଲିଗରେ ହକିପ୍ରେମୀଙ୍କୁ ଅଭୁଲା ଅନୁଭୂତି ଯୋଗାଇଦେବା ପାଇଁ ପ୍ରସ୍ତୁତ ରହିଛି ହକି ଇଣ୍ଡିଆ । ଆଜିର ଭାରତୀୟ ହକି ଦଳର ଏହି ତୃତୀୟ ମ୍ୟାଚ ଦେଖିବାକୁ ହକି ପ୍ରେମୀଙ୍କ ମନରେ ଭରିଛି ଉତ୍ସାହ । ମାତ୍ର ଆଉ କିଛି ସମୟର ଅପେକ୍ଷା ପରେ ପ୍ରଶଂସକମାନେ ନିଜ ଦେଶର ଖେଳାଳିଙ୍କ ପାଇଁ ଚିୟର ଅପ କରିବେ । ପ୍ରଶଂସକ ମାନେ ନିଜ ଦଳକୁ ପଡିଆ ବାହାରୁ ରହି ସାହସ ସହ ଖେଳିବାର ଦୃଢ଼ ମନୋବଳ ଯୋଗାଇ ଥାଆନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଆମ ଭାରତୀୟ ଦଳକୁ ପଡ଼ିଆରେ ଖେଳିବା ପାଇଁ ଏବଂ ଲଢ଼ିବାରେ ସମର୍ଥନ ଯୋଗାଇବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଛି । ତେଣୁ ରାଉରକେଲା ସହରକୁ ସୁଅ ଛୁଟିଛି ବିଭିନ୍ନ ରାଜ୍ୟ ତଥା ଦେଶରୁ ସମର୍ଥକ ଆସିବାରେ ଲାଗିଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.