ଡିଜିଟାଲ ଡାଏଲଗ: ମତେ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଥିଲା: ବିଧାୟକ ପ୍ରଦୀପ ପାଣିଗ୍ରାହୀ

By ETV Bharat Odisha Team

Published : Nov 18, 2023, 6:41 PM IST

thumbnail

ଭୁବନେଶ୍ବର: ଫ୍ୟୁଚର ଇଜ ମିଷ୍ଟ୍ରି । ଅର୍ଥାତ ଭବିଷ୍ୟତ ରହସ୍ୟମୟ । ସେ ବିଜେପିରେ ଯୋଗଦେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାର ଜବାବରେ ଏହା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ ସ୍ବାଧୀନ ଭାବେ ଏବେ ଖୁସି ଅଛନ୍ତି । ଆଗକୁ କଣ ହେବ ତାହା ରହସ୍ୟ। ତାଙ୍କ ସହିତ ଯାହା ସବୁ ଘଟିଗଲା ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି କି ନାହିଁ ବୋଲି ପ୍ରଶ୍ନରେ ପ୍ରଦୀପ କହିଛନ୍ତି ମୁଖ୍ୟମନ୍ତ୍ରୀ ସବୁ ଅବଗତ ଅଛନ୍ତି । ରାଜ୍ୟର ବଡ ବଡ ନିଷ୍ପତ୍ତି କିମ୍ବା ରାଜନୈତିକ ସ୍ବାର୍ଥ ଥିବା ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ ଥାଆନ୍ତି । ତାଙ୍କ ସହିତ ଯେଉଁ ସବୁ ଘଟଣା ଘଟିଗଲା ସେନେଇ ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନୀରବ ରହିବା ପାଇଁ କହିଥିଲେ ବୋଲି ପ୍ରଦୀପ କହିଛନ୍ତି । ତାର କିଛି ଦିନ ପରେ ତାଙ୍କ ସହିତ ଯାହା ଘଟିଗଲା ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଗଲା ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଥିଲା ବୋଲି ପ୍ରଦୀପ କହିଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ ତାଙ୍କୁ ଗିରଫ କରିବାର ସାହସ କରିପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ନିଶ୍ଚୟ ଏ ବିଷୟରେ ଅବଗତ କରାଯାଇଛି । ତାଙ୍କର ଅନୁମତିରେ ସବୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଇଟିଭି ଭାରତ ଡିଜିଟାଲ ଡାଇଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.