ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଗଣନା, ସାମିଲ ହେଲେ DFO

By ETV Bharat Odisha Team

Published : Jan 8, 2024, 5:08 PM IST

thumbnail

Crocodile census begins in Satkosia sanctuary: ଅନୁଗୋଳ: ଜିଲ୍ଲାର ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିବିଜନରେ ୧୪ଟି ଟିମ ବିଭିନ୍ନ ସ୍ଥାନରେ ଡଙ୍ଗାରେ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରୁଛନ୍ତି । ନିଜେ DFO ସାତକୋଶିଆ ଗଣନା କାର୍ଯ୍ୟର ତଦାରଖ କରିଥିବା ବେଳେ ସାମିଲ ହୋଇଥିଲା ETV ଭାରତ ଟିମ । ଇଟିଭି ଭାରତ ସହିତ ଡିଏଫଓ ଆଲୋଚନା କରି କହିଛନ୍ତି ଯେ ସାତକୋଶିଆ ଗଣ୍ଡ ବଢ଼ିଛି ବିରଳ ଘଡ଼ିଆଳଙ୍କ ସଂଖ୍ୟା । ଗତ ତିନିବର୍ଷରେ ହାରାହାରି ୧୦୦ଟି ଛୁଆ ଘଡ଼ିଆଳ ଜନ୍ମ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୧ରୁ ଅଧିକ ଘଡ଼ିଆଳ ଛୁଆ ପ୍ରକୃତରେ ଜୀବିତ ଅଛନ୍ତି । ଯାହାକି ସାତକୋଶିଆ ପାଇଁ ଏକ ଗର୍ବର ବିଷୟ ।  

ଏହା ବି ପଢନ୍ତୁ- ହୀରାକୁଦରେ ପକ୍ଷୀ ଗଣନା, 21 ସେକ୍ଟରରେ 32 ଟିମ୍ ନିୟୋଜିତ

ଚଳିତ ବର୍ଷ କେବଳ ୧୪ଟି ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗଣନା ଚାଲିଛି । ଗଣନା ଲାଗି ଚଳିତ ମାସ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି ।  ୬, ୭ ଓ ୮ ତାରିଖ କୁମ୍ଭୀର ଗଣନା ଏବଂ ୧୦ ତାରିଖରେ ପକ୍ଷୀ ଗଣନା କରାଯିବ । ଟିକରପଡ଼ାରୁ ବିନିକେଇ,ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ସେହିପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା, ଲୁଣହାଣ୍ଡି, ବେଲପୁଞ୍ଜିମଠ, ଶିଶୁପଥର ଡ୍ୟାମ ଆଦି ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣାଯିବ। ଏଥିଲାଗି ମୋବାଇଲ୍ ଟ୍ରାକିଂ, ଜିପିଏସ୍, ବାଇନାକୁଲାର୍ଓ ସ୍ଵତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଛି। ଆସନ୍ତୁ ଦେଖିବା ମଟର ବୋଟରୁ DFOଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ।  

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.