Diwali 2023: ଦୀପାବଳି ପାଇଁ ଉତ୍ସବମୁଖର କଳାହାଣ୍ଡି

By ETV Bharat Odisha Team

Published : Nov 11, 2023, 9:46 PM IST

thumbnail

ଭବାନୀପାଟଣା: ଦୀପାବଳିକୁ ନେଇ ଚଳଚଞ୍ଚଳ କଳାହାଣ୍ଡି । ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ସହରର ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ୪୦ରୁ ଊର୍ଦ୍ଧ୍ଵ ଷ୍ଟଲରେ ବିଭିନ୍ନ କିସମର ବାଣ ବିକ୍ରି କରିବା ପାଇଁ ପ୍ରଶାସନ ଅନୁମତି ଦେଇଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ କେବଳ ସବୁଜ ବାଣ ବିକ୍ରି କରିବା ପାଇଁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ସୁପ୍ରିମକୋର୍ଟ ନିୟମକୁ ପାଳନ କରିବା ସହ ଗ୍ରାହକ ମଧ୍ୟ ଦେଖାଦେଇଛି ବେଶ ଉତ୍ସାହ । ସେପଟେ ପୂଜା ବଜାରେ ମଧ୍ୟ ଭିଡ ଲାଗିଛି । ସେପଟେ ପୂଜା ପାଇଁ ଆଖୁ,କଦଳୀ ଗଛ,ଫୁଲ ଓ ବିଶେଷ କରି ମାଟି ଦୀପ ସହ କାଉଁରୀ କାଠିର ଚାହିଦା ମଧ୍ୟ ବଢିଛି ।

ଦୀପାବଳିରେ ପୂର୍ବ ପୁରୁଷମାନଙ୍କ ଶ୍ରାଦ୍ଧ କରିବା ପରେ ସନ୍ଧ୍ୟାରେ କାଉଁରୀ କାଠିରେ ପୂର୍ବ ପୁରୁଷମାନଙ୍କୁ ବିଦାୟ ଦେବାର ନିଆରା ପରମ୍ପରା ରହିଥିବା ବେଳେ ଏହାକୁ ନେଇ ଗ୍ରାହକଙ୍କ ଭିଡ ଦେଖି ବ୍ୟବସାୟୀ ମଧ୍ୟ ବେଶ ଉତ୍ସାହିତ । ଅନ୍ଧାର ଉପରେ ଆଲୁଅର ବିଜୟ, ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟର ବାର୍ତ୍ତା ନେଇ ଆସିଥିବା ଏହି ଦୀପାବଳି ପାଇଁ ଗାଁ ଠାରୁ ସହର ଉତ୍ସବମ୍ମୁଖର ହୋଇଉଠିଛି । ଏହାସହ ଜିଲ୍ଲା ପ୍ରଶାସନ ବେଆଇନ ବାଣ କାରବାର ଉପରେ ନଜର ରଖିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.