ETV Bharat / state

Diwali 2023: ଦୀପାବଳିରେ ଏଡାଇ ପାରିବେ ଅଘଟଣ, ଅଗ୍ନିଶମ ବାହିନୀ କରୁଛି ସଚେତନ

author img

By ETV Bharat Odisha Team

Published : Nov 11, 2023, 7:31 PM IST

Updated : Nov 11, 2023, 8:13 PM IST

Odisha Fire department
Odisha Fire department

ଦୀପାବଳିରେ ଏଡ଼ାଇ ପାରିବେ ଅଘଟଣ । ବୁଲି ବୁଲି ଅସ୍ଥାୟୀ ବାଣ ଦୋକାନରେ ବିକ୍ରି ଓ ଲୋକଙ୍କୁ ସଚେତନ କଲା ଅଗ୍ନିଶମ ବାହିନୀ । ଅଧିକ ପଢନ୍ତୁ

ଦୀପାବଳିରେ ଏଡାଇ ପାରିବେ ଅଘଟଣ, ଅଗ୍ନିଶମ ବାହିନୀ କରୁଛି ସଚେତନ

ଭୁବନେଶ୍ବର: ଆଲୋକର‌ ପର୍ବ ଦୀପାବଳିକୁ ନେଇ ଚାରିଆଡ଼େ ଆଗ୍ରହ । ବାଣ କିଣାଠୁ ଆରମ୍ଭ କରି ଦୀପ ପ୍ରସ୍ତୁତି ବି ଜୋରସୋର । ହେଲେ ବାଣ ଫୁଟା ଓ ବାଣ ବିକ୍ରି ବେଳେ କିଭଳି ରହିବେ ସଚେତନ ସେ ନେଇ ଅଗ୍ନିଶମ ବିଭାଗ କରିଛି ପ୍ରସ୍ତୁତି । ଏନେଇ ବରମୁଣ୍ଡା ପଡିଆରେ ବିକ୍ରି ହେଉଥିବା ଅସ୍ଥାୟୀ ବାଣ ଦୋକାନମାନଙ୍କରେ ବୁଲି ବୁଲି ଯାଞ୍ଚ କରୁଛନ୍ତି ଅଗ୍ନିଶମ ଅଧିକାରୀ । ଦୀପାବଳିରେ ଅଘଟଣକୁ କିପରି ଏଡ଼ାଇ ଦିଆଯାଇପାରିବ ସେ ନେଇ ଅଗ୍ନିଶମ ବିଭାଗର ଅଧିକାରୀ ସଚେତନ କରାଇଛନ୍ତି ।

ଅସ୍ଥାୟୀ ବାଣ ଦୋକାନୀ ବାଣ ବିକ୍ରି ବେଳେ କିଭଳି ନିୟମ ପାଳନ କରୁଛନ୍ତି, ଦୋକାନ‌ ପାଖରେ ନିୟମ ମୁତାବକ ମାନୁଛନ୍ତି କି ନାହିଁ ? ସେ ନେଇ ବରମୁଣ୍ଡା ପଡିଆଠୁ ଆରମ୍ଭ ରି ବିଭିନ୍ନ ଅସ୍ଥାୟୀ ବାଣ ଦୋକାନମାନଙ୍କରେ ବୁଲି ବୁଲି ଯାଞ୍ଚ କରୁଛନ୍ତି ଅଗ୍ନିଶମ ଅଧିକାରୀ । ବିଶେଷ କରି ଦୋକାନର ଦୂରତା ଓ ଦୋକାନର ବିକ୍ରି ପାଇଁ ହୋଇଥିବା ଦୋକାନର ମୁହଁ ଗୋଟିଏ ପଟକୁ ଓ ପଛ ଅନ୍ୟ ପାର୍ଶ୍ବକୁ ହୋଇଛି କି ନାହିଁ ? ତା ସହିତ ଦୋକାନର ଅନ୍ୟ ଗୋଟିଏ ଦୋକାନର ଦୂରତା ୩ ଫୁଟରୁ ଊର୍ଦ୍ଧ୍ବ ରହିଛି କି ନାହିଁ ? ଦୋକାନ ପାଖରେ ବାଲି ବସ୍ତା ସହ ଓଦା ବସ୍ତା ବା ପାଣି ଡ୍ରମ କିମ୍ବା ନିଆଁ ଲିଭା ଯନ୍ତ୍ର ରଖିଛନ୍ତି କି ନାହିଁ ?

Diwali guidelines
ଦୀପାବଳିରେ ଏଡାଇ ପାରିବେ ଅଘଟଣ, ଅନୁସରଣ କରନ୍ତୁ ଏହି ନିୟମ

ଏହା ବି ପଢନ୍ତୁ- Diwali 2023: SHG ମହିଳାଙ୍କ ଦୀପାବଳି ଷ୍ଟଲ, ମନ କିଣୁଛି ଗୋବର ଦୀପ

ସେହିପରି ଧୂମ୍ରପାନ ନିଷେଧ ସହ ଗାଡି ପାର୍କିଂ ପାଖରେ ନ କରିବା ଆଦି ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରାଯାଉଛି । ଏନେଇ ଡେପୁଟି ଫାୟାର ଅଫିସର ଅବନି କୁମାର ସ୍ବାଇଁ ‘ଇଟିଭି ଭାରତ’କୁ ସୂଚନା ଦେଇ କହିଛନ୍ତି, "ଆମେ ବିଶେଷ କରି ଅସ୍ଥାୟୀ ଦୋକାନ ଯେଉଁଠି ଲାଇସେନ୍ସ ନେଇ ବାଣ ବିକ୍ରି କରୁଛନ୍ତି, ସେମାନଙ୍କ ଷ୍ଟଲର ସୁରକ୍ଷା ଦିଗକୁ ଯାଞ୍ଚ କରୁଛୁ । ଏଥି ସହିତ ସେମାନଙ୍କର କୌଣସି ତ୍ରୁଟି ଥିଲେ ସେ ‌ଦିଗରେ ସଚେତନ କରୁଛୁ । ଯେଉଁମାନେ ବାଣ ଗଚ୍ଛିତ କରି ରଖିଛନ୍ତି ସେମାନେ ନେଇଥିବା ସୁରକ୍ଷା ସମ୍ପର୍କିତ ଆଦି ଦୃଷ୍ଟିରେ ରଖି ସବୁ ନିୟମ ପାଳନ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରୁଛୁ । କାରଣ ଏତେ ମାତ୍ରାରେ ବାଣ ବିକ୍ରି ଓ ଗଚ୍ଛିତ ରଖିବା ବହୁତ ବିପଦ ହୋଇଥାଏ।"

ସେ ଆହୁରି କହିଛନ୍ତି, "କିଭଳି ସମସ୍ତ ପ୍ରକାର ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥା କରିଛନ୍ତି ଏବଂ ବାଣ କିଣିବାକୁ ଆସୁଥିବା ଲୋକଙ୍କୁ ମଧ୍ୟ ସଚେତନ କରାଉଛୁ । ଯେ କେହି ବି ହେଉ ଛୋଟ ପିଲାଟି ବା ବଡ଼ ଲୋକଟିଏ, ଯିଏ ବାଣ କିଣୁଛନ୍ତି ସେମାନେ କିପରି ବାଣ ଫୁଟାଇବା ବେଳେ ଧ୍ୟାନ‌ ଦେବେ, ବାଣ ଫୁଟାଇବା ବେଳେ ଯେପରି ଅଘଟଣ ନ ଘଟିବ ସେନେଇ ସଚେତନ କରାଉଛି । ବିଶେଷ କରି ଖାଲି ହାତରେ ‌ବାଣ ନ‌ ଫୁଟାଇ କିଛି ବାଡି ବା ଝୁରୁଝୁରି ଆଦି ଜରିଆରେ ବାଣ ଫୁଟାନ୍ତୁ । ବାଣଠାରୁ ଦୂରେଇ ରୁହନ୍ତୁ । ଖୋଲା ଜାଗା ବା ଫାଙ୍କା ସ୍ଥାନରେ ବାଣ ଫୁଟାନ୍ତୁ ।"

ଏହା ବି ପଢନ୍ତୁ- Diwali 2023: ଦୀପାବଳିରେ ମାଟି ଦୀପର ଆଦର, ଜଳିଲେ ଦୀପ ହସିବ କୁମ୍ଭକାର

ଯେପରି କୌଣସି ଲୋକ ଆତଯାତ ବା ଗାଡି ମଟର ପାଖରେ ନଥିବ । ବାଣ ଫୁଟାଇବା ବେଳେ କାହା ଉପରକୁ ଫୋପାଡନ୍ତୁ ନାହିଁ ବା କୌଣସି ଜନ୍ତୁଙ୍କୁ ଉପରକୁ ପକାନ୍ତୁ ନାହିଁ । କଟକ କପଡ଼ା ବ୍ୟବହାର କରି ବାଣ ଫୁଟାନ୍ତୁ । ତା ସହିତ ବାଣ ଫୁଟାଇବା ବେଳେ ‌ପାଖରେ ‌ବଡ଼ ଲୋକ ବା କେହି ଉପସ୍ଥିତ ରୁହନ୍ତୁ । ଅଫୁଟା ବାଣ ଛୁଅନ୍ତୁ ନାହିଁ ବା ତାକୁ ପୁନଃ ଫୁଟାଇବାକୁ ଚେଷ୍ଟା କରନ୍ତୁ ନାହିଁ । ବାଣ ଭଳି ନିଆଁ ପ୍ରତି ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ସହ ସତର୍କତାର ସହ ବାଣ ଫୁଟାଇବାକୁ ଅନୁରୋଧ କରିଛନ୍ତି ଅଗ୍ନିଶମ ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 11, 2023, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.