Ratha Yatra 2023: ରଥ ଉପରେ ଶ୍ରୀଜୀଉଙ୍କ ଦର୍ଶନ ପାଇ ଭକ୍ତ ଭାବବିହ୍ବଳ

By

Published : Jun 21, 2023, 4:03 PM IST

thumbnail

ପୁରୀ: ଶ୍ରୀଜିଉଙ୍କ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି । ହଜାର ହଜାର ଭକ୍ତ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି । ତେବେ ଗତକାଲି ରଥଯାତ୍ରାରେ ଅନେକ ଭକ୍ତ ଭିଡ଼କୁ ନଯାଇପାରି ରଥଟଣା ସୁଯୋଗରୁ ବଞ୍ଚିତ ହୋଇଥିଲେ । ଅନେକ ଭକ୍ତଙ୍କ ଦୁଃଖ ରହିଥିଲା । ହେଲେ ମହାପ୍ରଭୁ ହେଉଛନ୍ତି ଅନ୍ତର୍ଯ୍ୟାମୀ ଓ ଭକ୍ତ ବତ୍ସଳ । ସେ କେମିତି ବା ନିଜ ଭକ୍ତଙ୍କ ଦୁଃଖ ସହି ପାରିବେ । ସେଥିପାଇଁ ତ ବଡ଼ ଦାଣ୍ଡ ମାଉସୀ ମା' ମନ୍ଦିର ନିକଟରେ ମହାପ୍ରଭୁଙ୍କ ରଥ ଅଟକି ଯାଇଥିଲା । ଆଜି ସକାଳୁ ରଥଟଣା ଆରମ୍ଭ ହୋଇଥିଲା । ଗତକାଲି ରଥଯାତ୍ରାରେ ରଥଟଣାରୁ ବଞ୍ଚିତ ହୋଇଥିବା ଭକ୍ତ ଅତି ଆନନ୍ଦରେ ରଥକୁ ଭିଡ଼ି ଭିଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଇଥିଲେ । ବହୁ ଦୂରରୁ ଆସିଥିବା ଅନେକ ଭକ୍ତ ଭାବିଥିଲେ ଶ୍ରୀକ୍ଷେତ୍ରରେ ସେମାନେ ପହଞ୍ଚି ପାରିବେନି । ମହାପ୍ରଭୁଙ୍କ ଶ୍ରୀମୁଖକୁ ଟିକିଏ ଦର୍ଶନ କରିପାରିବେନି । କିନ୍ତୁ ଆଜି ମହାପ୍ରଭୁ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଯାହାକୁ ନେଇ ଭକ୍ତମାନେ ବେଶ ଆନନ୍ଦିତ ଅଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.