ସିଏମସି ଦେଲା ସୁଯୋଗ; ବାଲିଯାତ୍ରାରେ ଚମକିଲେ ବସ୍ତି ପିଲା

By ETV Bharat Odisha Team

Published : Nov 29, 2023, 12:26 PM IST

thumbnail

କଟକ: ହସିଲେ ବସ୍ତି ପିଲା । ଐତିହାସିକ ବାଲିଯାତ୍ରାରେ ପ୍ରତିଭା ପ୍ରଦର୍ଶନ ପାଇଁ ମିଳିଲା ସୁଯୋଗ । କୁନି କୁନି ପିଲାମାନଙ୍କ ନୃତ୍ୟରେ ଆତ୍ମବିଭୋର ହେଲେ ଦର୍ଶକ । କଟକରେ ବିଶ୍ବପ୍ରସିଦ୍ଧ ବାଲିଯାତ୍ରା ଚାଲିଥିବା ବେଳେ ମଙ୍ଗଳବାର ବୈଷ୍ଣବ ପାଣି ମଞ୍ଚରେ ବସ୍ତି ପିଲାମାନେ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ । ପାରମ୍ପରିକ ବେଶଭୂଷାରେ ପିଲାଙ୍କ ସମ୍ବଲପୁରୀ ନାଚ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲା । ତେବେ ଏତେ ବଡ଼ ମଞ୍ଚର ନିଜ କଳା ପ୍ରଦର୍ଶନ ପାଇଁ ସିଏମ୍‌ସି ପକ୍ଷରୁ ପିଲାଙ୍କୁ ଏଭଳି ସୁଯୋଗ ପ୍ରଦାନ କରାଯାଇଥିଲା । ଏଥିପାଇଁ ମାସକ ପୂର୍ବରୁ ବସ୍ତିରୁ ପିଲମାନଙ୍କୁ ଚୟନ କରାଯାଇ କଳା ବିକାଶ କେନ୍ଦ୍ରରେ ତାଲିମ ଦିଆଯାଇଥିଲା । ମାସେ ଧରି ସେହି ପିଲାମାନେ ନୃତ୍ୟ ଅଭ୍ୟାସ କରିଥିଲେ । ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚରେ ନୃତ୍ୟ କରିବାକୁ ନେଇ ବସ୍ତି ପିଲାଙ୍କ ସହିତ ନୃତ୍ୟୁ ଗୁରୁ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଆଗମୀ ଦିନରେ ଏହି ପିଲାମାନଙ୍କ ପାଇଁ କଟକ ମହାନଗର ନିଗମର ଆହୁରି ଅନେକ ଯୋଜନା ରହିଥିବା କହିଛନ୍ତି ସିଏମସି ଡେପୁଟି କମିଶନର । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.