ବିଧାନସଭାରେ ବିଧାୟକ ନରସିଂହ ମିଶ୍ରଙ୍କ କୋଶଳୀ ଭାଷାକୁ ନେଇ ଚର୍ଚ୍ଚା

By ETV Bharat Odisha Team

Published : Nov 21, 2023, 6:46 PM IST

thumbnail

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ । ଅଧିବେଶନ ଡିସେମ୍ବର 30 ଯାଏଁ ଚାଲିବ। ଆଜି ପ୍ରଥମ ଦିନରେ  ଉପବାଚସ୍ପତି ନିର୍ବାଚନ ହୋଇଥିଲା ।  ଏହା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସ୍ବର୍ଗତଃ ମହେଶ୍ବର ମହାନ୍ତି, ପୂର୍ବତନ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାଶ, ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଏବଂ ଶହୀଦ ଯବାନ ଲାନସ ହାବିଲଦାର ୬୨୦ ଇଏମ ଇ ବାଟାଲିୟନ ସରୋଜ କୁମାର ଦାସ, ପୂର୍ବତନ କନେଷ୍ଟବଳ ୨୦୬ କୋବ୍ରା ବାଟାଲିୟନ ବିଏସଏଫ ପ୍ରକାଶ ଚନ୍ଦ୍ର ସିଆଲଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ ବିଧାୟକ ସମର୍ଥନ ଜଣାଇଥିଲେ । ଶୋକ ପ୍ରସ୍ତାବକୁ ସମର୍ଥନ କରି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର କୋଶଳୀ ଭାଷାରେ ଦିଂବଗତ ନେତା ଓ ନେତ୍ରୀଙ୍କ ସ୍ମୃତିଚାରଣ କରିଥିଲେ । ବିଧାନସଭାରେ ନରସିଂହଙ୍କ ଏହି କୋଶଳୀ ଭାଷା ଉଚ୍ଚାରଣକୁ ନେଇ ଏବେ ଚର୍ଚ୍ଚା । ଦେଖନ୍ତୁ ନରସିଂହ ମିଶ୍ର କଣ କହିଥିଲେ କୋଶଳୀ ଭାଷାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.