ETV Bharat / state

ପଶ୍ଚିମ ଓଡ଼ିଶାରେ ନବୀନଙ୍କ ଜୋରଦାର ପ୍ରଚାର, ଧର୍ମେନ୍ଦ୍ରଙ୍କୁ କଡ଼ା ଟାର୍ଗେଟ କଲେ ପାଣ୍ଡିଆନ - CM Campaign in Sambalpur

author img

By ETV Bharat Odisha Team

Published : May 17, 2024, 6:11 PM IST

CM NAVEEN IN SAMBALPUR: ସମ୍ବଲପୁରରେ ବବି, ରୋହିତ ଏବଂ ସୁଦର୍ଶନଙ୍କ ପାଇଁ ଭୋଟ ମାଗିଲେ ନବୀନ । କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶାଣିତ ଆକ୍ରମଣ କଲା ବିଜେଡି । ଅଧିକ ପଢନ୍ତୁ

ସମ୍ବଲପୁରରେ ନବୀନଙ୍କ ଜୋରଦାର ପ୍ରଚାର, ଧର୍ମେନ୍ଦ୍ରଙ୍କୁ କଡ଼ା ଟାର୍ଗେଟ କଲେ ପାଣ୍ଡିଆନ
ସମ୍ବଲପୁରରେ ନବୀନଙ୍କ ଜୋରଦାର ପ୍ରଚାର, ଧର୍ମେନ୍ଦ୍ରଙ୍କୁ କଡ଼ା ଟାର୍ଗେଟ କଲେ ପାଣ୍ଡିଆନ (ETV Bharat Odisha)

ସମ୍ବଲପୁରରେ ନବୀନଙ୍କ ଜୋରଦାର ପ୍ରଚାର, ଧର୍ମେନ୍ଦ୍ରଙ୍କୁ କଡ଼ା ଟାର୍ଗେଟ କଲେ ପାଣ୍ଡିଆନ (ETV Bharat Odisha)

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ନବୀନଙ୍କ ଜୋରଦାର ପ୍ରଚାର । ଆଜି ସମ୍ବଲପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅଇଁଠାପାଲ୍ଲୀ ସ୍ଥିତ ପିଏଚଡି ପଡିଆରେ ଆୟୋଜିତ ହୋଇଥିବା ଏକ ନିର୍ବାଚନୀ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ନେତା ଭି.କେ ପାଣ୍ଡିଆନ ଦେଇଥିଲେ । କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶାଣିତ ଆକ୍ରମଣ କରିଛି ବିଜେଡି ।


"ଜୟ ମାଁ ସମଲେଇ" କହି ଭାଷଣ ଆରମ୍ଭ କରି ଏତେ ଖରାରେ ଆସିଛନ୍ତି ଓ ଦୂରରୁ ଆସିଛନ୍ତି ସେଥିପାଇଁ ଧନ୍ୟବାଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଯୋଜନା ଭଲ କି ? ମିଶନ ଶକ୍ତି ଭଲ କି ? ମମତା ଯୋଜନା ଭଲ କି ? ଲକ୍ଷ୍ମୀ ବସ ଭଲ କି ? ୫ଟି ସ୍କୁଲ ଭଲ କି ? କାଳିଆ ଯୋଜନା ଭଲ କି ? ମଧୁବାବୁ ପେନସନ ଯୋଜନା ଭଲ କି ? ଚାଉଳ କାର୍ଡ ଭଲ କି ? ସମଲେଇ ଯୋଜନା କାମ ଭଲ କି ? ପୁରୀ ମନ୍ଦିର କାମ ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି ? ଏହିଭଳି ପ୍ରଶ୍ନ କରି ଉପସ୍ଥିତ ଜନତାଙ୍କୁ ଉତ୍ତର ମାଗିଥିଲେ ସେ ।

ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ , ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କହି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ ନବୀନ ।

ଏହା ମଧ୍ୟ ପଢନ୍ତୁ.....ସମ୍ବଲପୁରରେ ନିର୍ବାଚନୀ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଲାଇଭ... - CM Naveen Poll Campaign


ସେହିପରି ଭିକେ ପାଣ୍ଡିଆନ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସେ କହିଛନ୍ତି", କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠି ଠିଆ ହୋଇଛନ୍ତି, ମୁଁ ଗୋଟିଏ ଗୁମାସ୍ତା ବୋଲି ସେ କୁହନ୍ତି । ସେ ଆଜି ସନ୍ଧ୍ୟା ସୁଦ୍ଧା ମୋ ପ୍ରଶ୍ନର ଉତ୍ତର ରଖିବେ କି ? ଆପଣଙ୍କର ମିଠା ଭାଷା ସମ୍ବଲପୁରୀ / କୋଶଲିକୁ ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଆମେ ଚିଠି ଲେଖିଛୁ । ଆପଣ କାହିଁକି ଅଷ୍ଟମ ଅନୁଚ୍ଛେଦରେ ସାମିଲ କଲେ ନାହିଁ । ଆମେ ସମ୍ବଲପୁରୀ ମ୍ୟୁଜିୟମ କରିଛୁ । କୃଷି ଭବନ ସମ୍ବଲପୁରୀ ଛାପରେ ତିଆରି ହୋଇଛି । ସମ୍ବଲପୁରୀ ପ୍ରଚାର ପ୍ରସାର ପାଇଁ ପ୍ରୟାସ କରିଛୁ । ଆପଣ ୧୦ ବର୍ଷରେ ସମ୍ବଲପୁରୀ ଶାଢୀ ପାଇଁ କ'ଣ କରିଛନ୍ତି ? ବୁଣାକାର ପାଇଁ କ'ଣ କରିଛନ୍ତି ?"ଏହାସହ ଟେକ୍ସଟାଇଲ୍ସ ପାର୍କ, ମହାନଦୀ ଏବଂ ସମଲେଇ ମନ୍ଦିର ପ୍ରସଙ୍ଗ ଉଠାଇ କଡ଼ା ଟାର୍ଗେଟ କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.