ETV Bharat / bharat

ରାହୁଲଙ୍କ ଭାଷଣ ମଝିରେ ପହଞ୍ଚିଲେ ସୋନିଆ, କହିଲେ ଆପଣଙ୍କ ପୁଅକୁ ଆପଣମାନଙ୍କୁ ଦେଇ ଯାଉଛି - Sonia Gandhi to Rae bareli People

author img

By ETV Bharat Odisha Team

Published : May 17, 2024, 7:10 PM IST

Rahul Gandhi in Rae Bareli: ଭାଷଣ ମଝିରେ ପହଞ୍ଚିଲେ ସୋନିଆ ଗାନ୍ଧୀ । ଅଧାରୁ ଭାଷଣ ଛାଡ଼ି ମା'ଙ୍କୁ ଆଲିଙ୍ଗନ କଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

Rahul Gandhi in Rae bareli
Rahul Gandhi in Rae bareli (ETV Bharat)

ଲକ୍ଷ୍ନୌ: କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଉତ୍ତରପ୍ରଦେଶ ରାୟବରେଲି ଆଇଟିଆଇ ମୈଦାନରେ କଂଗ୍ରେସର ବିଶାଳ ଜନସଭା । ଏହି କାର୍ଯ୍ୟକ୍ରମରେ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ହାଇଭୋଲଟେଜ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ଏକ ପ୍ରେମଭରା ଦୃଶ୍ୟ ଦେଖିବାକୁ ମିଳିଥିଲା । ରାହୁଲ ଭାଷଣ ଦେଉଥିବା ବେଳେ ମଞ୍ଚରେ ପହଞ୍ଚିଥିଲେ ମାଆ ସୋନିଆ । ଭାଷଣ ଅଧାରୁ ଛାଡ଼ି ମା'କୁ ଆଲିଙ୍ଗନ କରିଥିଲେ ରାହୁଲ । ଆଉ ଏହାପରେ ରାୟବରେଲିକୁ ସମ୍ବୋଧିତ କରିଥିଲେ ସୋନିଆ ।

ଏହା ବି ପଢନ୍ତୁ- ନେହେରୁ-ଗାନ୍ଧୀ ପରିବାର; ଦିନେ ନିର୍ବାଚନୀ ମୈଦାନରେ କରୁଥିଲେ ରାଜ, ଆଜି ପାରମ୍ପରିକ ଆସନ ପାଇଁ ମିଳୁନି ଚେହେରା

ସୋନିଆ ଗାନ୍ଧୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, "ବହୁ ଦିନ ପରେ ଆପଣଙ୍କ ଗହଣକୁ ଆସିବାର ସୁଯୋଗ ମିଳିଥିବାରୁ ମୁଁ ବେଶ ଆନନ୍ଦିତ । ମୁଁ ହୃଦୟରୁ ଆପଣମାନଙ୍କ ପ୍ରତି କୃତଜ୍ଞ । ଆପଣଙ୍କ ସମ୍ମୁଖରେ ଶ୍ରଦ୍ଧାରେ ମୁଁ ନତମସ୍ତକ । 20ବର୍ଷ ଧରି ଆପଣମାନେ ମୋତେ ସାଂସଦ ଭାବେ ସେବା କରିବାର ସୁଯୋଗ ଦଇଛନ୍ତି । ଏହା ମୋ ଜୀବନର ସବୁଠୁ ବଡ଼ ପୁଞ୍ଜି । ରାୟବରେଲି ମୋର ପରିବାର ଓ ଆମେଠି ମୋର ଘର । ଏଠାରେ ମୋ ଜୀବନର ସୁନ୍ଦର ମୁହୂର୍ତ୍ତ ଯୋଡ଼ି ହୋଇନାହିଁ, ବରଂ ଗତ 100ବର୍ଷ ଧରି ଆମ ପରିବାର ଏହି ମାଟି ସହ ଯୋଡ଼ି ହୋଇ ରହିଛି । ଗଙ୍ଗା ମା'ଙ୍କ ପାଣି ଭଳି ଆମ ସମ୍ପର୍କ ପବିତ୍ର ଓ ରାୟବରେଲି ଚାଷୀ ଆନ୍ଦୋଳନରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ଆଜି ବି ମଜଭୁତ । ମୁଁ ଆପଣଙ୍କୁ ମୋ ପୁଅକୁ ଦେଉଛି ।"

'ରାହୁଲ ଗାନ୍ଧୀଙ୍କ ନକଲ କରୁଛନ୍ତି ମୋଦି':- କାର୍ଯ୍ୟକ୍ରମରେ ଜନତାଙ୍କୁ ସମ୍ବୋଧିତ କରି ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଟି ସ୍ଥାନରୁ ଏକ ମିଛ ସମ୍ପର୍କ ଆରମ୍ଭ କରିଥାନ୍ତି । ହେଲେ ରାୟବରେଲି ସହିତ ରାହୁଲ ଗାନ୍ଧୀଙ୍କ ପ୍ରକୃତ ସମ୍ପର୍କ ରହିଛି । ବିଜେପି ନେତାମାନେ ଏବେ ଭୟଭୀତ ଅଛନ୍ତି । ବିଜେପି ଯେତେବେଳେ ଶୁଣିଲା ଯେ ଇଣ୍ଡିଆ ମେଣ୍ଟ ଗରିବ ଲୋକଙ୍କ ପାଇଁ କାମ କରୁଛି, ସେବେଠୁ ସେମାନେ ରାହୁଲ ଗାନ୍ଧୀଙ୍କ ନକଲ କରୁଛନ୍ତି । ରାହୁଲ ଗାନ୍ଧୀ ନିର୍ବାଚନରେ ବଡ଼ ବିଜୟ ହାସଲ କରିବାକୁ ଯାଉଛନ୍ତି । ରାୟବରେଲିର ରାୟ ହେଉଛି ବିଜେପିକୁ ଏଠାରୁ ତଡ଼ିବା ।"

ଏହା ବି ପଢନ୍ତୁ- କାହିଁକି ରାୟବରେଲିରୁ ନିର୍ବାଚନ ଲଢୁଛନ୍ତି ରାହୁଲ ? ଜାଣନ୍ତୁ

ସେପଟେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବିଜେପିକୁ ଟାର୍ଗେଟ କରି କହିଛନ୍ତି, "ଗତ 10ବର୍ଷ ଧରି ଦେଶର ଜନତା ପ୍ରପୀଡ଼ିତ ହେଉଛନ୍ତି । ନ୍ୟାୟ ପାଇଁ ଡାକରା ଦେଉଛନ୍ତି । କିନ୍ତୁ ନରେନ୍ଦ୍ର ମୋଦି ଦେଶର ଚାଷୀ, ଶ୍ରମିକ, ମହିଳା, ଗରିବଙ୍କ ଗୋଟିଏ ଡାକ ମଧ୍ୟ ଶୁଣିନାହାନ୍ତି । ଏବେ ସମୟ ଆସିଛି ନରେନ୍ଦ୍ର ମୋଦିଙ୍କ ତାନାସାହି ସରକାରକୁ ତଡ଼ିବା । ରାୟବରେଲି ଲୋକ ଏବେ ସ୍ବଚ୍ଛ ରାଜନୀତି ଚାହୁଁଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.