ମଦ ବ୍ୟବସାୟଙ୍କଠାରୁ ଲାଞ୍ଚ ନେଉଥିଲେ 2 ପୋଲିସ, ମାଡି଼ ବସିଲା ଭିଜିଲାନ୍ସ

By

Published : Jul 19, 2023, 7:37 PM IST

Updated : Jul 19, 2023, 7:58 PM IST

thumbnail

ବାଲେଶ୍ଵର: ଚାନ୍ଦିପୁର ଥାନା ଅଧିକାରୀଙ୍କ ସମେତ ଜଣେ ଏଏସଆଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି । ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଦୁଇ ପୋଲିସ ଅଧିକାରୀଙ୍କୁ ହେପାଜତକୁ ନେଇଥିବା ଜଣାପଡିଛି । ସୂଚନା ଅନୁସାରେ, ଚାନ୍ଦିପୁର ଥାନା ଅଧୀନରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନରୁ ମାସିକିଆ ବଟି ହିସାବରେ ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତି 50 ହଜାର ଟଙ୍କା ଦାବି କରିଥିଲେ । ସରକାରୀ ବିଦେଶୀ ମଦ ଦୋକାନ ମାଲିକ ଏହାକୁ ପ୍ରତ୍ୟାଖାନ କରିବା ସହ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସେମାନଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ। 

ମାତ୍ର ସ୍ଥାନୀୟ ପୋଲିସର ଚାପ ଯୋଗୁଁ ମଦ ଦୋକାନ ମାଲିକ 50 ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ଅନ୍ୟପଟେ ଭିଜିଲାନ୍ସକୁ ଖବର ମଧ୍ୟ ଦେଇଥିଲେ ମଦ ଦୋକାନ ମାଲିକ । ତେବେ ପୂର୍ବ ଯୋଜନା ମୁତାବକ, ମଦ ଦୋକାନ ମାଲିକ ଦୁଇ ପୋଲିସ ବାବୁଙ୍କୁ ଲାଞ୍ଚ ଟଙ୍କା ଦେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ପୂର୍ବରୁ ଚାନ୍ଦିପୁର ଥାନାରେ ଥିବା ପୂର୍ବତନ ଆଇଆଇସି ନିଶାଶକ୍ତ ଅବସ୍ଥାରେ ନିଜ କାର୍ ଦୁର୍ଘଟଣା ଘଟାଇବା ଯୋଗୁଁ ତାଙ୍କୁ ବଦଳି କରାଯାଇଥିଲା । ଏହାପରେ ଟ୍ରାଫିକ ଥାନା ଅଧିକାରୀ ଥିବା ଗଣେଶ୍ୱର ପ୍ରଧାନଙ୍କୁ ଚାନ୍ଦିପୁର ଥାନାକୁ ବଦଳି କରାଯାଇଥିଲା । ମାତ୍ର ପୋଷ୍ଟିଂ ହେବାର ମାସେ ନପୁରୁଣୁ ଥାନା ଏବେ ଏମିତି ଏକ ଲାଞ୍ଚ ନେବା ମାମଲାରେ ଛନ୍ଦି ହୋଇଯାଇଛନ୍ତି ଥାନା ଅଧିକାରୀ । 

ଏହା ମଧ୍ୟ ପଢନ୍ତୁ...ଲାଞ୍ଚ ନେବାବେଳେ ଧରାପଡିଲେ ଅମିନ, ଗିରଫ ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ରେଡ୍

ଏହାସହ ଲାଞ୍ଚ ନେବାରେ ସହଯୋଗ କରିଥିବା ଏଏସଆଇ ପ୍ରଦୀପ କୁମାର ମହାନ୍ତି ଓରଫ ବଳୀ ମଧ୍ୟ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅନ୍ୟପଟେ ବାଲେଶ୍ଵର ଏସପି ସାଗରିକା ନାଥ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ କରିବାରେ ବେଶ ସକ୍ଷମ ହେଉଥିବା ଚର୍ଚ୍ଚା ଜୋର ଧରିଛି । ତେବେ ତାଙ୍କ ଅଧିନସ୍ଥ କର୍ମଚାରୀଙ୍କ ଏହିଭଳି କାର୍ଯ୍ୟ କଳାପ ଯୋଗୁଁ ପୁରା ପୋଲିସ ବିଭାଗର ସ୍ବଚ୍ଛତା ପ୍ରତି ଆଙ୍ଗୁଳି ଉଠୁଛି । ସେପଟେ ସୋର ସ୍ଥିତ ପ୍ରଦୀପ ମହାନ୍ତିଙ୍କ ବାସଭଵନରେ ଭିଜିଲାନ୍ସର  6 ଜଣିଆ ଟିମ ଘରେ ଭିତରେ ବିଭିନ୍ନ କାଗଜ ପତ୍ର, ବ୍ୟାଙ୍କ ଖାତା ଆଦି ଯାଞ୍ଚ କରିଥିବାବେଳେ ଦୀର୍ଘ 2 ଘଣ୍ଟା ଧରି ଚାଲିଛି ଛାନଭିନ। ସେହିପରି ଭିଜିଲାନ୍ସର ଆଉ ଏକ ଟିମ ଆଇଆଇସି ଗଣେଶ୍ୱର ପ୍ରଧାନଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରି ଛାନଭିନ କରୁଥିବା ଜଣାପଡିଛି।

Last Updated : Jul 19, 2023, 7:58 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.