ETV Bharat / state

ଲାଞ୍ଚ ନେବାବେଳେ ଧରାପଡିଲେ ଅମିନ, ଗିରଫ ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ରେଡ୍

author img

By

Published : Jul 10, 2023, 10:42 PM IST

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାଲେଶ୍ଵର - ମୟୁରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମିନ ମାନସ ରଞ୍ଜନ ଦାସ । ରେକର୍ଡ କପି ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୩ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିଲେ ମାନସ । ଅଧିକ ପଢନ୍ତୁ

ଲାଞ୍ଚ ନେବାବେଳେ ଧରାପଡିଲେ ଅମିନ
ଲାଞ୍ଚ ନେବାବେଳେ ଧରାପଡିଲେ ଅମିନ

ଲାଞ୍ଚ ନେବାବେଳେ ଧରାପଡିଲେ ଅମିନ



ରାଇରଙ୍ଗପୁର : ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଜଣେ ଅମିନ। ସୂଚନା ଅନୁସାରେ, ଅମିନ ଜଣକ ହେଉଛନ୍ତି ବାଲେଶ୍ଵର - ମୟୁରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମିନ ମାନସ ରଞ୍ଜନ ଦାସ । ତେବେ ସେ ଜଣେ ବ୍ୟକ୍ତିଙ୍କଠାରୁ ଆଜି ୩ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ଚିତ୍ତରଞ୍ଜନ ମହାନ୍ତଙ୍କ ଠାରୁ ରେକର୍ଡ କପି ଦେବା ପାଇଁ ପ୍ରଥମ ପର୍ଯ୍ୟାୟରେ ୩ହଜାର ୩୦୦ ଟଙ୍କା ଲାଞ୍ଚ ନେଉଥିଲେ ମାନସ ରଞ୍ଜନ ଦାସ।

ଏନେଇ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାିଥିଲା। ତେବେ ପୂର୍ବ ଯୋଜନା ଅନୁଯାୟୀ, ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ଟଙ୍କା ନେଉଥିବାବେଳେ ଅମିନଙ୍କୁ ଟଙ୍କା ସହିତ ଅତର୍କିତ ଭାବେ କାବୁ କରିଛି। ଏହାସହ ଅମିନଙ୍କ ନିକଟରୁ କେମିକାଲ ଲଗାଯାଇଥିବା ୩ ହଜାର ୩୦୦ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏନେଇ ବାଲେଶ୍ଵର ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଏହା ସହିତ ବାଲେଶ୍ଵର ଓ ବାରିପଦା ଭିଜିଲାନ୍ସ ବିଭାଗର ଟିମ ଅମିନ ମାନସ ରଞ୍ଜନ ଦାସଙ୍କ ବାରିପଦା ସ୍ଥିତ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଚଢାଉ କରିଥିବା ନେଇ ସୂଚନା ଦେଇଛନ୍ତି ବାରିପଦା ଭିଜିଲାନ୍ସ ଡିଏସପି ଜୟନ୍ତୀ ଦଳେଇ।

ସୂଚନା ମୁତାବକ, ୨୦୦୭ ମସିହାରୁ ମାନସ ଚାକିରୀ ଆରମ୍ଭ କରିଥିବାବେଳେ ତାଙ୍କ ନାମରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ସୂଚନା ଅନୁଯାୟୀ, ରାଇରଙ୍ଗପୁରର ଚିତ୍ତରଞ୍ଜନ ମହାନ୍ତଙ୍କ ଜେଜେବାପାଙ୍କ ନାଁରେ ଥିବା ଜମିର ବନ୍ଦୋବସ୍ତ ରେକର୍ଡ ପତ୍ର ପାଇଁ ବାରିପଦା ସ୍ଥିତ ବାଲେଶ୍ଵର- ମୟୁରଭଞ୍ଜ ବନ୍ଦୋବସ୍ତ କାର୍ଯ୍ୟାଳୟକୁ ବାରମ୍ବାର ଆସିଥିଲେ ସୁଦ୍ଧା ରେକର୍ଡ କପି ପାଇ ନଥିଲେ। ତେବେ ସେହି କାର୍ଯ୍ୟାଳୟର ଅମିନ ମାନସ ଦାସ ଚିତ୍ତରଞ୍ଜନଙ୍କୁ ୯ ପୃଷ୍ଠାର ରେକର୍ଡ କପି ଦେବା ପାଇଁ ୬ହଗଜାର ୩୦୦ ଟଙ୍କାର ଡିଲ୍ ଫାଇନାଲ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ...OTP Sharing Scam: ଭୁବନେଶ୍ବରରେ NIA ଟିମ, ISI ଲିଙ୍କ୍ ନେଇ ଖୋଳତାଡ ଆରମ୍ଭ

ଏହି ଘଟଣାକୁ ନେଇ ଚିତ୍ତରଞ୍ଜନ ବାଲେଶ୍ଵର ଭିଜିଲାନ୍ସ ବିଭାଗକୁ ଅଭିଯୋଗ ମାଧ୍ୟମରେ ଜଣାଇଥିଲେ। ଅଭିଯୋଗକୁ ଭିତ୍ତିକରି ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର ଭିଜିଲାନ୍ସ ବିଭାଗର ଏକ ଟିମ ଅମିନ ମାନସ ରଞ୍ଜନଙ୍କୁ ଧରିବା ପାଇଁ ଯୋଜନା କରିଥିଲେ। ଶେଷରେ ଆଜି ବାରିପଦା ସହରର ଷ୍ଟେସନ ବଜାର ସ୍ଥିତ ବାଲେଶ୍ଵର-ମୟୁରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟ ପରିସରରେ ଅମିନ ମାନସ ରଞ୍ଜନ ଦାସଙ୍କୁ ଟଙ୍କା ନେବା ସମୟରେ ଧରିଥିଲା ଭିଜିଲାନ୍ସ ବିଭାଗ।

ଇଟିଭି ଭାରତ, ମୟୁରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.