ଲୋକସଭା ପ୍ରଶ୍ନକାଳ: ଖାଦ୍ୟ ଅପମିଶ୍ରଣ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ଚନ୍ଦ୍ର ଶେଖର ସାହୁ

By ETV Bharat Odisha Team

Published : Dec 4, 2023, 1:46 PM IST

thumbnail

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଆଜି (ସୋମବାର) ଲୋକସଭାର ପ୍ରଶ୍ନକାଳରେ ଖାଦ୍ୟ ସୁରକ୍ଷା ଏବଂ ଖାଦ୍ୟରେ ଅପମିଶ୍ରଣ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ ବିଜେଡି ସାଂସଦ ଚନ୍ଦ୍ର ଶେଖର ସାହୁ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଖାଦ୍ୟରେ ଅପମିଶ୍ରଣକୁ ନେଇ ଚିନ୍ତା ବ୍ୟକ୍ତ କରିିଛନ୍ତି । ସେ କହିଛନ୍ତି ଯେ, ଖାଲି ଆଖିକୁ ଅପମିଶ୍ରଣ ଦେଖାଯାଏ ନାହିଁ । ମାତ୍ର ଲୋକେ ଅପମିଶ୍ରିତ ଖାଦ୍ୟ ଖାଇ ବିଭିନ୍ନ ରୋଗରେ ଶୀକାର ହୋଇଥାନ୍ତି । ଖାଦ୍ୟରେ ଅପମିଶ୍ରଣ ରୋକିବାକୁ ବିଭିନ୍ନ ଆଇନ ରହିଛି । ମାତ୍ର କର୍ମଚାରୀ କମ୍ ଏବଂ ବ୍ୟବସ୍ଥାରେ ବ୍ୟତିକ୍ରମ ଯୋଗୁଁ ଏହା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ତେଣୁ କେନ୍ଦ୍ର ସରକାର ଖାଦ୍ୟରେ ଅପମିଶ୍ରଣ ରୋକିବା କ୍ଷେତ୍ରରେ ଠୋସ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ଚନ୍ଦ୍ର ଶେଖର ସାହୁ । ସେ କ୍ଲିନ୍ ଇଣ୍ଡିଆ ଏବଂ ସ୍ବଚ୍ଛ ଭାରତ ଅଭିଯାନର ଉଦାହରଣ ଦେଇଛନ୍ତି । ସଂସଦର ଶୀତକାଳୀନ ଅଧିବେଶନ  ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.