ବେଜ ବରୁଆ ହାଉସ ପରିଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପରିବାର

By ETV Bharat Odisha Team

Published : Dec 21, 2023, 10:48 PM IST

thumbnail

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପରିବାର । ଆଜି ଅପରାହ୍ନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମାଙ୍କ ମାଆ ମୃଣାଳିନୀ ଦେବୀ, ବଡ ଭାଇ ଦିଗନ୍ତ ବିଶ୍ୱାଶର୍ମା ଓ ତାଙ୍କ ପତ୍ନୀ କାର ଯୋଗେ ସମ୍ବଲପୁର ପହଞ୍ଚିଥିଲେ । ବିଶିଷ୍ଟ ଲେଖକ ଲକ୍ଷ୍ମୀନାଥ ବେଜବରୁଆ ଐତିହାସିକ ବେଜବରୁଆ ହାଉସ ପରିଦର୍ଶନ କରିଛନ୍ତି l

ଆଜି ଆସାମ ମୁଖ୍ୟମନ୍ତ୍ରୀଙ୍କ ପରିବାରର ଐତିହାସିକ ବେଜବରୁଆ ହାଉସ ଭିତର ବୁଲି ଦେଖିଥିଲେ l ଏହି ଅବସରରେ ବେଜବରୁଆ ହାଉସରେ ଥିବା ବେଜବରୁଆଙ୍କ ରଚିତ ବିଭିନ୍ନ ପୁସ୍ତକ ଗୁଡିକୁ ମଧ୍ୟ ପଢ଼ିଥିଲେ । ଏହି ଆବସରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭାଇ ଦିଗନ୍ତ ବିଶ୍ୱଶର୍ମା ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ," ମୁଁ ବହୁ ପୂର୍ବରୁ ଏହି ସ୍ଥାନକୁ ଆସିବାକୁ ଚେଷ୍ଟା କରିଥିଲେ l ଆଉ ଚଳିତ ଥର ଭୁବନେଶ୍ୱରରେ ହେଉଥିବା ଏକ ସାହିତ୍ୟ ସମାରୋହରେ ଯୋଗଦେବାକୁ ଆସିଥିବା ସମୟରେ ସମ୍ବଲପୁର ଆସିବାର ସୁଯୋଗ ପାଇଲି ।" 

ତେବେ ଏଠାରେ ଉଭୟ ଆସାମ ଓ ଓଡିଶା ସରକାରଙ୍କ ସହଯୋଗରେ ହେଉଥିବା ବେଜବରୁଆ ହାଉସର ଉନ୍ନୟନ କାର୍ଯ୍ୟର ପ୍ରଶଂସା ମଧ୍ୟ କରିଥିଲେ ଦିଗନ୍ତ । ସୂଚନାଯୋଗ୍ୟ ଯେ ବେଜବରୁଆ ହାଉସର ପୁନରୁଦ୍ଧାର ପାଇଁ ଆସାମ ସରକାର ପ୍ରାୟ 1 କୋଟି ଓ ଓଡିଶା ସରକାର ପ୍ରାୟ 50 ଲକ୍ଷ ଟଙ୍କାର ପାଣ୍ଠି ଦେଇଛନ୍ତି l

ଏହା ମଧ୍ୟ ପଢନ୍ତୁ....ବୋଧଗୟା ମହାବୋଧି ମନ୍ଦିରରେ ନୀତିଶ କୁମାର, ଧର୍ମଗୁରୁ ଦଲାଇଲାମାଙ୍କୁ ଭେଟିଲେ

ସମ୍ବଲପୁର ଗସ୍ତରେ ଆସିଥିଲେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପରିବାର

ସମ୍ବଲପୁର, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.