ବୋଧଗୟା ମହାବୋଧି ମନ୍ଦିରରେ ନୀତିଶ କୁମାର, ଧର୍ମଗୁରୁ ଦଲାଇଲାମାଙ୍କୁ ଭେଟିଲେ

By ETV Bharat Odisha Team

Published : Dec 21, 2023, 7:58 PM IST

thumbnail

ବୋଧଗୟା (ବିହାର):  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତିବ୍ବତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ଭେଟିଛନ୍ତି । ନୀତିଶ କୁମାର ଆଜି ବୋଧଗୟା ଗସ୍ତ କରିଥିବା ବେଳେ, ମହାବୋଧି ମନ୍ଦିର ପରିଦର୍ଶନ କରିବା ସହ ଦଲାଇ ଲାମାଙ୍କୁ ସାକ୍ଷାତ କରିଛନ୍ତି । ନୀତିଶ ବୁଦ୍ଧଙ୍କ ପୂଜାର୍ଚ୍ଚନା କରିବା ସହ ଦଲାଇ ଲାମାଙ୍କ ଆଶୀର୍ବାଦ ନେଇଛନ୍ତି ।  ଦେଶ ଏବଂ ଦେଶବାସୀଙ୍କ ପାଇଁ ଶାନ୍ତି  କାମନା କରିଛନ୍ତି । ଏହାସହ ମହାବୋଧି ମନ୍ଦିରର ବିକାଶ ଏବଂ ଭକ୍ତଙ୍କ ସୁବିଧା ନେଇ ନୀତିଶ କୁମାର ପ୍ରତିଶ୍ରୁତି ଦେଇଛନ୍ତି । ଦଲାଇ ଲାମା ଧର୍ମଶାଳାରେ ରହୁଥିବା ବେଳେ, ସେ ଧର୍ମଶାଳା ଛାଡ଼ି ବୋଧଗୟାରେ ରୁହନ୍ତୁ ବୋଲି ନୀତିଶ ତାଙ୍କୁ ନିବେଦନ କରିଛନ୍ତି । ନୀତିଶ ଗତକାଲି ବୋଧଗୟା ଯିବାର ଥିଲା । ମାତ୍ର ଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଇଥିବାରୁ, ଆଜି ବୋଧଗୟା ଯାଇ ବୁଦ୍ଧଙ୍କ ଆରାଧନା କରିବା ସହ ଦଲାଇ ଲାମାଙ୍କୁ ଭେଟିଥିଲେ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.